Month: May 2022

୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜଦର ୪ ଜଣ ପ୍ରାର୍ଥୀ

ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜଦ ୪ ଜଣ ପ୍ରାର୍ଥୀ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ…

ଥାନା ଆଗରେ ଭାଜପା କର୍ମକର୍ତ୍ତାଙ୍କ ବିରୋଧୀ ବ୍ୟାନର ଲଗାଇ ୬ ଗିରଫ

ଏକ ବଡ଼ ବିଚିତ୍ର ବ୍ୟାନର ସ୍ଥାନୀୟ ପୁଲିସ୍‌ ଥାନା ଆଗରେ ଲଗାଯାଇଥିବାର ଲୋକେ ଦେଖି ତାଜୁବ୍‌ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କୁ ଏହି ଥାନା ପରିସରରେ ଭିତରେ ପ୍ରବେଶ ମନା ବୋଲି ହିନ୍ଦୀରେ ଲେଖାଯାଇଛି ଏହି ବ୍ୟାନର। ସୋସିଆଲ…

୪ ଓଡିଆ ବସିଥିବା ବିମାନ ନେପାଳରେ ନିଖୋଜ

ନେପାଳର ତାରା ଏୟାର ସେବାର ଏକ ବିମାନ ରବିବାର ସକାଳେ ଟେକଅପ୍‌ ପରେ ପରେ ନିଖୋଜ ହୋଇଯାଇଛି । ଏହି ବିମାନଟି ପୋଖରାରୁ ପାହାଡିଆ ସହର ଜୋମ୍‌ସୋମ ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୨୨ଜଣ ଲୋକ ଯାତ୍ରା କରୁଥିଲେ ଯାହାଙ୍କ…

“ରକ୍ଷକ’ର ନାୟିକା ସସ୍ମିତା

ଓଲିଉଡର ଜଣାଶୁଣା ନାୟିକା ସସ୍ମିତାଙ୍କୁ ମିଳିଛି ଆଉ ଏକ ନୂଆ ସିନେମା । ଏହାର ଟାଇଟଲ ହେଲା “ରକ୍ଷକ’ । ଏଥିରେ ନବାଗତ କିଶୋର କୁମାର ଅଛନ୍ତି ନାୟକ ଭୂମିକାରେ । ଏହାଛଡ଼ା ରାଇମୋହନ ପରିଡ଼ା, ବବି ମିଶ୍ର, ପିଣ୍ଟୁ ନନ୍ଦ,…

ପିଣ୍ଟୁ ଏବେ ମିଷ୍ଟର୍‌ ଡେଭିଡ

ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା ହେଲେ ପିଣ୍ଟୁ ନନ୍ଦ। ସେ ବହୁ ବର୍ଷ ହେବ ଓଡ଼ିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି । ପିଣ୍ଟୁ…

ଜୁନ୍‌ ୧୦ରେ ପରଦାକୁ ଆସିବ “ବିଦ୍ୟାରାଣ’

ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅବଶେଷରେ ଆଗାମୀ ଜୁନ୍‌ ୧୦ ତାରିଖରେ ପରଦାକୁ ଆସିବ “ବିଦ୍ୟାରାଣ’ । ଏହା ଏବର୍ଷର ଏକ ବହୁ ପ୍ରତୀକ୍ଷିତ ସିନେମା । “ବିଦ୍ୟାରାଣ’ରେ ଦ୍ୱିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ୍‌-ଶିବାନୀ । ଏଥିରେ ବାବୁସାନ୍‌-ଶିବାନୀଙ୍କ…

୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜଦ

ରାଜ୍ୟସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା ହୋଇଛି । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ନାଁରେ ମୋହର ମାରିଛନ୍ତି ବିଜଦ ସୁପ୍ରିମୋ । ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ…

କେରଳ ଛୁଇଁଲା ମୌସୁମୀ ବାୟୁ

କେରଳ ଛୁଇଁଲା ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ଜୁନ୍‌ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ । ମୌସୁମୀ ବାୟୁ ଛୁଇଁବା ପରେ…

ଚର୍ଚ୍ଚ ଭିତରେ ଠେଲାପେଲା, ୩୧ ମୃତ

ଶନିବାର ଚର୍ଚ୍ଚ ଭିତରେ ଏକ କାର୍ଯ୍ୟକ୍ରମ ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୭ଜଣ ଆହତ ହୋଇଛନ୍ତି । ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ ଏଭଳି ଅଘଟଣ ଘଟିଯାଇଛି ।…

ଜୁନ୍‌ ୨ରୁ +୨ ଖାତାଦେଖା

ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ ସମୟରେ ଫଳ ପ୍ରକାଶ କରିବା ଲାଗି ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଚୂଡାନ୍ତ କରାଯାଇଛି । ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶନିବାର ଦିନ ପ୍ରକାଶିତ ବିଜ୍ଞପ୍ତିରେ ଆସନ୍ତା ଜୁନ୍‌ ୨ ତାରିଖ…