ଓଡ଼ିଶାରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାର୍ଥୀପତ୍ର ଦାଖଲ ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ଅନେକ ବିଧାୟକ ତଥା ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ।

ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ସମର୍ଥନ ବିଜେଡି ସମର୍ଥନ ଦେଇଥିଲା । କିନ୍ତୁ ପ୍ରାର୍ଥୀପତ୍ର ଦାଖଲ ସମୟରେ କୌଣସି ବିଜେଡି ନେତା ଉପସ୍ଥିତ ନଥିଲେ ।

ନାମାଙ୍କନ ଦାଖଲ ପରେ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ । ‘ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ’ ବୋଲି କହିଲେ ଅଶ୍ବିନୀ।

ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଜନତାଙ୍କ ସେବା କରିବେ ବୋଲି ଅଶ୍ବିନୀ ବୈଷ୍ଣବ କହିଲେ ।

By Nirvay

Leave a Reply

Your email address will not be published. Required fields are marked *