ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ସମ୍ପତ୍ତି ଦେଖି ସାରା ଓଡ଼ିଶା ଆଜି ସ୍ତବ୍ଧ । କୋଟି କୋଟି ଟଙ୍କାର ସମ୍ପତ୍ତି ହୋଇଛି ଠାବ । ଏପର୍ଯ୍ୟନ୍ତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ଼ ।

ବସନ୍ତ ମହାପାତ୍ର ଭୁବନେଶ୍ବରର ଉତ୍କଳ କନିକା ଗ୍ୟାଲେରିଆ ସପିଂ ମଲ୍‌ରେ ୨ଟି ଆଉଟଲେଟ୍ ଫ୍ଲାଟ ପାଇଁ ଆଡଭାନ୍ସ ଦେଇଥିଲେ ୨ କୋଟି ଟଙ୍କା । ବେଙ୍ଗାଲୁରୁ, ଭୁବନେଶ୍ବରରେ ଫ୍ଲାଟ ପାଇଁ ଦେଇଥିଲେ ଆଡଭାନ୍ସ ।

ପାହାଳର ଉତ୍କଳ ସିଗନେଚର ରେ ୧ କୋଟି ମୂଲ୍ୟର ୩ ହଜାର ବର୍ଗ ଫୁଟ୍ ଘର, କଳ୍ପନାରେ ୧ କୋଟି ଟଙ୍କାର ଆଉ ଏକ ଘର ଠାବ ହୋଇଛି । କଳାରାହାଙ୍ଗରେ ୫-BHK ଫ୍ଲାଟ ପାଇଁ ବସନ୍ତ ୧.୩୫ କୋଟି ଟଙ୍କା ଆଡଭାନ୍ସ ପୈଠ କରିଥିଲେ । ବେଙ୍ଗାଳୁରୁରେ ଘର କିଣିବାକୁ ଦେଇଥିଲେ ୮୮ଲକ୍ଷ ଟଙ୍କା ଆଡଭାନ୍ସ।

ବସନ୍ତଙ୍କ ନାଁରେ ଅଛି କୋଟି କୋଟି ଟଙ୍କାର ଫିକ୍ସ ଡିପୋଜିଟ, ପୋଷ୍ଟାଲ ସେଭିଙ୍ଗ ଓ ବିଭିନ୍ନ ବୀମା ।

By Nirvay

Leave a Reply

Your email address will not be published. Required fields are marked *