ହୃଦଘାତରେ କଂଗ୍ରେସ ପ୍ରବକ୍ତା ତ୍ୟାଗୀଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଗାଜିଆବାଦ୍‌

କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କର ବୁଧବାର ହୃ୍‌ଦ୍‌ଘାତରେ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ତାଙ୍କୁ ଗାଜିଆବାଦ୍‌ର ଯଶୋଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତ୍ୟାଗୀଙ୍କ ପରଲୋକ ଖବର ମିଳିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସାଂସଦ ରାହୁଳ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ବରିଷ୍ଠ ନେତା, ଭାଜପା ନେତା ସମ୍ବିତ ପାତ୍ର ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।
ସୂଚନାଅନୁସାରେ ଅପରାହ୍ନରେ ତ୍ୟାଗୀଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ସେ ଅଚେତ ହୋଇପଡିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଏକ ଚ୍ୟାନେଲର ଡିବେଟରେ ସାମିଲ ହୋଇଥିବାବେଳେ ସେ ହୃଦ୍‌ଘାତର ଶୀକାର ହୋଇଥିଲେ । ଡାକ୍ତରଖାନାକୁ ଆଣିବା ବେଳକୁ ତାଙ୍କର ମୃତୁ୍ୟ ହୋଇଥିଲା । ଏହାପୂର୍ବରୁ ସେ ନିଜେ ଟ୍ୱିଟ କରି ମୁଁ ଏକ ଏକ ଟିଭି ଶୋ’ର ଡିବେଟରେ ସାମିଲ ହେବାକୁ ଯାଉଛି ବୋଲି ଉଲ୍ଲେଖ କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ୧୯୯୯ ମାର୍ଚ୍ଚ ୧୯ରେ କଳାପତାକା ଦେଖାଇ ଚର୍ଚ୍ଚାକୁ ଆସିଥିଲେ ତ୍ୟାଗୀ । ଗାଜିଆବାଦର ଏକ ସଭାରେ ସେ ଏହି କଳାପତାକା ଦେଖାଇ ଜେଲ୍‌ ମଧ୍ୟ ଯାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*