ଶୁକ୍ରବାର ଜିଏସଟି ପରିଷଦ ବୈଠକ ସୁଧହାର ହ୍ରାସ ଉପରେ ସମସ୍ତଙ୍କ ନଜର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଶିଳ୍ପାନୁଷ୍ଠାନମାନଙ୍କ ପକ୍ଷରୁ ସୁଧହାର ହ୍ରାସ ନେଇ ଦାବି ମଧ୍ୟରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି ଜିଏସଟି ପରିଷଦର ବୈଠକ । ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ବୈଠକରେ ବିଭିନ୍ନ ଉତ୍ପାଦ ଉପରେ ଟିକସ ଦରକୁ ନେଇ ନିଷ୍ପତ୍ତି ନିଆଯାଇପାରେ । ତେବେ ଏହା ମଧ୍ୟ କୁହାଯାଉଛି ଯେ, ପରିଷଦ ବୈଠକରେ ରାଜସ୍ୱ ସ୍ଥିତି ଅର୍ଥନୀତିକୁ କିପରି ପ୍ରୋତ୍ସାହନ ଦିଆଯିବ ତା ଉପରେ ଆବଶ୍ୟକୀୟ ଦୃଷ୍ଟି ଦେଇପାରେ । ଏନେଇ କିଛି ବଡ ଘୋଷଣା ମଧ୍ୟ ହୋଇପାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ଏହି ୩୭ତମ ବୈଠକ ଗୋଆରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଭାଗନେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*