ରେଳବାଇର ବଡ଼ କାର୍ଯ୍ୟାନୁଷ୍ଠାନ: ୩୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ରେଳବାଇ ପକ୍ଷରୁ ୩୨ ଅଧିକାରୀଙ୍କୁ ଧାର୍ଯ୍ୟ ସମୟ ପୂର୍ବରୁ ଅବସର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି । ଏହି ଅଧିକାରୀମାନଙ୍କର ବୟସ ୫୦ ବର୍ଷରୁ ଅଧିକ ଥିଲା । ରେଳବାଇର ସୂଚନା ଅନୁସାରେ କାମ କରିବାକୁ ଅକ୍ଷମତା, ସନେ୍ଦହଜନକ କାର୍ଯ୍ୟରେ ଲିପ୍ତ ହେବା ଏବଂ ଭଲ ରେଳ କର୍ମଚାରୀ ନହେବା କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ରେଳବାଇର ଇତିହାସରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ୨୦୧୬-୧୭ ମସିହାରେ ୪ଜଣ ଅଧିକାରୀଙ୍କୁ ସ୍ଥାୟୀ ଭାବରେ ଅବସର ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ସଠିକ୍‌ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରୁନଥିବା ଏବଂ ଭ୍ରଷ୍ଟାଚାରରେ ସାମିଲ ହେଉଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି କ୍ରମରେ ପୂର୍ବରୁ ଅନେକ ବରିଷ୍ଠ ଆୟକର ଅଧିକାରୀଙ୍କୁ ଅବସର ଦିଆଯାଇ ସାରିଛି । ସରକାରଙ୍କ ନିକଟରେ ଜବରଦସ୍ତ ଅବସର ଦେବାର ବିକଳ୍ପ ବହୁ ପୂର୍ବରୁ ରହିଥିଲା ବେଳେ ଏହାର ବ୍ୟବହାର କମ୍‌ ହେଉଥିଲା । ତେବେ ବର୍ତ୍ତମାନ ସରକାର ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାରେ ଲାଗିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*