ବଦଳିବ ମହା‘ପାୱାର’ର ଠିକଣା! ମାତୋଶ୍ରୀ ପରେ ସିଲଭର ଓକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ଶିବସେନା ମୁଖିଆ ବାଲା ସାହେବ ଥାକ୍‌ରେଙ୍କ ବାସଭବନ ମାତୋଶ୍ରୀ ମହାରାଷ୍ଟ୍ର ରାଜନୀତି କ୍ଷମତାର ଏକ ପ୍ରମୁଖ କେନ୍ଦ୍ର ରହିଆସିଛି । ଏପରି ମଧ୍ୟ କୁହାଯାଏ ଯେ, ଦକ୍ଷିଣ ମୁମ୍ବାଇ ସ୍ଥିତ ମାତୋଶ୍ରୀର ରାଜ୍ୟ ରାଜନୈତିକ ଶକ୍ତି ମାମଲାରେ ଏକଛତ୍ର ଅଧିକାର ଥିଲା । ହେଲେ ଏବେ ଏହା ଆଉ ଦେଖିବାକୁ ମିିଳିବ ନାହିଁ । ଠାକରେ ବାସଭବନକୁ ଏବେ ଶରଦ ପାୱାରଙ୍କ ନୋପିୟନ ସି ରୋଡ଼ ସ୍ଥିତ ବାସଭବନ ସିଲଭର ଓକ୍‌ ସହ କ୍ଷମତା ଓ ଶକ୍ତି ବୁଝାମଣା କରିବାକୁ ପଡିବ । ରାଜ୍ୟର ନୂଆ ସରକାରରେ ଶରଦ ପାୱାରଙ୍କ ରାକପାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏପରି ପରିସ୍ଥିତିରେ ଉଦ୍ଧବ ଥାକରେ ସିଲଭର ଓକ୍‌କୁ ହାଲୁକାରେ ନେବାର ଭୁଲ୍‌ କରିବେ ନାହିଁ । ସରକାର ଚଳାଇବା ପାଇଁ ପ୍ରତିଟି ନିଷ୍ପତ୍ତି ମାତୋଶ୍ରୀ ନୁହେଁ,ବରଂ ସିଲଭର ଓକ୍‌ ସହ ବୁଝମଣାରେ କରାଯିବ ।
ମହାରାଷ୍ଟ୍ର ରାଜନୀତିର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ମାତୋଶ୍ରୀ । ହେଲେ ୨୦୧୯ ବିଧାନସଭା ନିର୍ବାଚନ ପରେ ପରିସ୍ଥିତିରେ ଦେଖାଦେଇଛି ବଡ଼ ପରିବର୍ତ୍ତନ । ବାପାଙ୍କ ଧାରାରେ ଯାଇ ଉଦ୍ଧବ ମାତୋଶ୍ରୀରେ ବସି ସରକାର ଚଳାଇବାର ନିଷ୍ପତ୍ତି ନେଇଥିଲେ । ମାତ୍ର ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବାହାରକୁ ଆସିବାକୁ ବାଧ୍ୟ କଲା । ଏବେ ମୁଖ୍ୟମନ୍ତ୍ରୀ ବନିବା ପରେ ତାଙ୍କୁ ମାଲବାର ହିଲ୍‌ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନ ବର୍ଷା ଏବଂ ମାତୋଶ୍ରୀ ଉଭୟ ସ୍ଥାନରେ ସମୟ ଦେବାକୁ ହେବ । ଏଥିସହ ସିଲଭର ଓକ୍‌ ସହ ମଧ୍ୟ ସେ ନିୟମିତ ଯୋଗାଯୋଗରେ ରହିବେ । ସୂଚନାଯୋଗ୍ୟ ଯେ, ଏହି ମାତୋଶ୍ରୀରେ ଭାରତର ପ୍ରାୟ ଅଧିକାଂଶ ବରିଷ୍ଠ ନେତାମାନଙ୍କର ପାଦ ପଡିଛି । ଏବେ ଉଦ୍ଧବଙ୍କୁ ଭେଟିବାକୁ ହେଲେ ଆଉ ମାତୋଶ୍ରୀ ଯିବାକୁ ପଡିବ ନାହିଁ । ଅର୍ଥାତ୍‌ ରାଜନୈତିକ ପରିବର୍ତ୍ତନ ସହ ମାତୋଶ୍ରୀର ଗୁରୁତ୍ୱ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*