ପହଞ୍ଚିଲା ରେମ୍‌ଡେସିଭର, ପହିଲାରୁ ସେରୋଲୋଜିକାଲ ସର୍ଭେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଓଡ଼ିଶାରେ ମହାମାରୀ କରୋନା ଉଗ୍ରରୂପ ନେଉଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲାରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ କରୋନା ମୁକାବିଲାରେ ସହାୟତା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଗେଇ ଆସିଥିବା ବେଳେ ଏବେ ମହାମାରୀ ମୁକାବିଲା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । କରୋନା ମହାମାରୀର ମୁକାବିଲା ପାଇଁ ଔଷଧ ଓ ଇଞ୍ଜେକସନ୍‌ ଯୋଗାଣ ଆରମ୍ଭ ହୋଇଛି । କମ୍‌ କିମ୍ବା ମଧ୍ୟମ ଧରଣର ଆକ୍ରାନ୍ତଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ପ୍ରଥମ ଦଫାରେ ଔଷଧ ପହଞ୍ଚିଛି ବୋଲି ଡ୍ରଗ୍‌ କଣ୍ଟ୍ରୋଲର ମାମିନା ପଟ୍ଟନାୟକ ସୂଚନା ଦେଇଛନ୍ତି । ସୋମବାର ପ୍ରଥମ ଦଫାରେ ୧୨୦୦ ଷ୍ଟି୍ରପ୍‌ ବଟିକା ଓଡ଼ିଶାରେ ପହଞ୍ଚିଥିବା ଡ୍ରଗ୍‌ କଣ୍ଟ୍ରୋଲର କହିଛନ୍ତି ।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଔଷଧ ନିୟନ୍ତ୍ରକ ମହାନିଦେ୍ର୍ଦଶକ ପ୍ରଥମ ଦଫାରେ ରେମ୍‌ଡେସିଭର ଓ ଫାଭିଫ୍ଲୁ ଟ୍ୟାବଲେଟ୍‌ ପହଞ୍ଚାଇ ଦେଇଛନ୍ତି । ଭାରତ ପକ୍ଷରୁ କରୋନା ମୁକାବିଲା ପାଇଁ ଏବେ ୨ଟି ମେଡିସିନ୍‌ ପ୍ରସ୍ତୁତ ହୋଇଛି । ଡ୍ରଗ୍‌ କଣ୍ଟ୍ରୋଲ ଜେନେରାଲ ଅଫ୍‌ ଇନ୍ଦିଆଙ୍କ ଜରିଆରେ ରେମ୍‌ଡେସିଭର ଔଷଧ ବଜାରକୁ ଛାଡିବାକୁ ଅନୁମତି ମିିଳିଥିଲା । ଏହି ଅନୁମତି ମିଳିବା ପରେ ରେମ୍‌ଡେସିଭର ଔଷଧ ବଜାରକୁ ଆସିଥିଲା । କୋଭିଡ୍‌ ସଂକ୍ରମିତ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କରାଯାଇଥାଏ । ଆମେରିକାର ଏଫ୍‌ଡିଏ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଜିଲିୟର୍ଡ ସାଇସେର ରେମ୍‌ଡେସିଭରକୁ କରୋନା ଭୂତାଣୁର ବ୍ୟବହାର ପାଇଁ ଆଦେଶ ଦେଇଥିଲେ । ଭାରତୀୟ ଔଷଧ ନିର୍ମାତା ଗ୍ଲୋନ୍‌ମାର୍‌ କରୋନା ରୋଗର ଚିକିତ୍ସା ପାଇଁ ବଜାରକୁ ଛାଡିଛନ୍ତି । ଏହି ଔଷଧର ନାମ ରଖାଯାଇଛି ଫାଭିଫ୍ଲୁ । କରୋନା ଭୂତାଣୁ ଦ୍ୱାରା କମ୍‌ କିମ୍ବା ମଧ୍ୟମ ଆକ୍ରାନ୍ତ ହୋଇଥିଲେ ରୋଗୀ ଏହାକୁ ବ୍ୟବହାର କରିପାରିବେ । ଦେଶର ଅଧିକ ସଂକ୍ରମିତ ମୁମ୍ବାଇ,ନୂଆଦିଲ୍ଲୀ, ଗୁଜରାଟ ଆଦି ରାଜ୍ୟରେ ଏହାକୁ ପରୀକ୍ଷଣ କରାଯାଇଛି । ଏହି ଔଷଧ ଏବେ ବିଭିିନ୍ନ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି । ବଟିକା ସହିତ ବିକଳ୍ପ ଭାବେ ଇଞ୍ଜେକସନ୍‌ ପ୍ରସ୍ତୁତ ହୋଇଛି । ହସ୍ପିଟାଲ ବିଶେଷଜ୍ଞଙ୍କ ପରାମର୍ଶରେ ଏହାକୁ ରୋଗୀଙ୍କ ସ୍ଥିତିକୁ ଦେଖି ବ୍ୟବହାର କରାଯିବ ।ଏହି ଔଷଧ ଖୁବ୍‌ଶୀଘ୍ର ଅନ୍ୟାନ୍ୟ ସରକାରୀ ହସ୍ପିଟାଲଗୁଡିକରେ ପହଞ୍ଚିବ ବୋଲି ଡ୍ରଗ୍‌ କଣ୍ଟ୍ରୋଲର ମାମିନା ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ୨ଲକ୍ଷ, ରାଜ୍ୟ ଭିତରେ ବିକ୍ରୟ ପାଇଁ ୧ଲକ୍ଷ ଔଷଧ ଓ ଇଞ୍ଜେକ୍ସନ୍‌ ମହଜୁଦ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମାତ୍ର ୧୨ଶହ ଷ୍ଟି୍ରପ୍‌ ଆସିଥିବାରୁ ପରବର୍ତ୍ତୀ ସମୟରେ ଏହାର ପରିମାଣ ବୃଦ୍ଧି ପାଇବ ବୋଲି ଡ୍ରଗ କଣ୍ଟ୍ରୋଲର କହିଛନ୍ତି । ଏପଟେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏହାର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଆଇସିଏମ୍‌ଆର୍‌ ସହାୟତାରେ ଜୁଲାଇ ୧ ତାରିଖରୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେରୋଲୋଜିକାଲ ସର୍ଭେ ମାଧ୍ୟମରେ ସଂକ୍ରମିତଙ୍କ ଚିହ୍ନଟ ପାଇଁ ଏହା ଏକ ସହଜ ବ୍ୟବସ୍ଥା । ଏବେ ପୁରୀ ସହରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପୂର୍ବରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି । ଜୁଲାଇ ୧ ତାରିଖରୁ ୫ଟି ଜିଲାରେ ଏହି ସର୍ଭେ ଆରମ୍ଭ କରାଯିବ । ଭୁବନେଶ୍ୱର ମହାନଗର ନିଗମ, ଗଜପତି, ଗଞ୍ଜାମ, କଟକର ବଡମ୍ବା ଅଞ୍ଚଳରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ । ରକ୍ତ ନମୁନାରୁ ଭୂତାଣୁ ଚିହ୍ନଟ ଏହାଦ୍ୱାରା ସହଜରେ ଚିହ୍ନଟ କରାଯାଇପାରିବ । ଏବେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ରୋଗୀଙ୍କ ଶରୀରରେ ଭୂତାଣୁ ରହୁଛି କି ନା ଏହି ପରୀକ୍ଷାରୁ ସ୍ପଷ୍ଟ ହୋଇପାରିବ । ରାଜ୍ୟରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ସୁସ୍ଥ ହୋଇଫେରିବା ପରେ ସେମାନଙ୍କ ପଡ଼ୋଶୀମାନେ ଆକ୍ରାନ୍ତ ହେଉଥିବାରୁ ସେରୋଲୋଜିକାଲ ସର୍ଭେ ସଂକ୍ରମଣର କାରଣ ଖୋଜି ପାରିବ । ଯାହାଦ୍ୱାରା ସୁସ୍ଥ ହୋଇଥିବା ଆକ୍ରାନ୍ତ ରୋଗୀଙ୍କ ଶରୀରରେ ଭୂତାଣୁ ରହିଛି କି ନା ତାହା ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଇନ୍ଦିଆନ ଲାଇଫ ସାଇନ୍ସି ନିଦେ୍ର୍ଦଶକ ଡ. ସରୋଜ ପରିଡା ସେରୋଲୋଜିକାଲ ସର୍ଭେ ରାଜ୍ୟରେ କାର୍ଯ୍ୟକାରୀ କରିବା ଏକାନ୍ତ ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଆଇଏଲଏସ୍‌ ପକ୍ଷରୁ ରାଜ୍ୟ ଭିତରୁ ୨୨୮ଟି ନମୁନା ପରୀକ୍ଷଣ କରାଯାଇଛି । ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଏହି ସର୍ଭେ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ୫୦ଲକ୍ଷ ଆଣ୍ଟିବଡି ଟେଷ୍ଟିଂ ଚିଟ୍‌ ପହଞ୍ଚୁଛି । ଗୋଟିଏ ସ୍ଥାନରେ ରଥ ନମୁନାର ଏକାଧିକ ବ୍ୟକ୍ତିଙ୍କ ନମୁନା ପରୀକ୍ଷଣ ହୋଇପାରିବ । ଯାହାଫଳରେ ପରୀକ୍ଷା ହେଉଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିଜେନ ବୃଦ୍ଧି ପାଇଛି କିମ୍ବା କୋଭିଡ ଆକ୍ରାନ୍ତ ହେବା ପରେ ବ୍ୟକ୍ତିଜଣକ ସଂକ୍ରମିତ ରହୁଛନ୍ତି କି ନାଁ ତାହା ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ କେବଳ କ୍ୱାରେଣ୍ଟାଇନ ସେଣ୍ଟରରୁ ଅଧିକାଂଶ ଚିହ୍ନଟ ହୋଇଥିବାରୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଡ. ପରିଡା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*