ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବ ଉକ୍ରଳ ବିଶ୍ୱବିଦ୍ୟାଳୟ: ରାଷ୍ଟ୍ରପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ପହଞ୍ଚାଇବାରେ ଏକ ବଳିଷ୍ଠ ଭୂମିକା ତୁଲାଇ ଆସୁଛି । ଏହି ଭୂ-ଖନ୍ଦରେ ଛିଡ଼ା ହୋଇ ନିଜକୁ ଭାଗ୍ୟବାନ ମଣୁଛି । ୭୫ ବର୍ଷ ମଧ୍ୟରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଏହି ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନରେ ରହିଛି ଓ ଖୁବଶୀଘ୍ର ଦେଶର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ହେବ ବୋଲି ଉକ୍ରଳ ବିଶ୍ୱ ବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଦିଖ୍ୟାନ୍ତ ଭାଷଣରେ ମତବ୍ୟକ୍ତ କରିଛନ୍ତି ।
ସମାରୋହ ଅବସରରେ ରାଷ୍ଟ୍ରପତି ରୁସା ଭବନର ଉଦ୍‌ଘାଟନ ସହ ପ୍ଲାଟିନମ୍‌ ଜୁବୁଲି ପାଇଁ ପ୍ରକାଶିତ ସ୍ମରଣିକାକୁ ଉନ୍ମୋଚନ କରି କହିଥିଲେ, ଉକ୍ରଳ ବିଶ୍ୱ ବିଦ୍ୟାଳୟ ଦେଶର ଏକ ଗୌରବମୟ ସ୍ଥାନରେ ପହଞ୍ଚôପାରିଛି । ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱ ବିଦ୍ୟାଳୟକୁ ୧୯୫୮ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ, ୧୯୬୧ ମସିହାରେ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଏବଂ ୨୦୧୩ ମସିହାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଅଧିକ ଗୌରବାନ୍ୱିତ କରିଛନ୍ତି । ବିଜୁବାବୁଙ୍କ ଭଳି ଯେଉଁ ମହା ମନିଷୀମାନଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟ ଏବେ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି । ଏହି ବିଶ୍ୱ ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଦେଶକୁ ଗୌରବମନ୍ଦିତ କରିଛନ୍ତି । ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଦେଶର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବ । ପୁରାତନ ଛାତ୍ରଛାତ୍ରୀମାନେ ଏ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇ ସମସ୍ତେ ମିଳିତ ପ୍ରଚେଷ୍ଟା କରିବାକୁ ସେ କହିଥିଲେ ।
ରାଜ୍ୟପାଳ ଡ.ଗଣେଶୀ ଲାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ଏକ ଶାନ୍ତିର ପ୍ରଦେଶ ହୋଇଥିବା ବେଳେ ସାରା ଦେଶକୁ ଏହାର ବାର୍ତ୍ତା ପହଞ୍ଚାଉଛି । ଏଠାକାର ଜନଜୀବନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ମାନବୀୟ ଗୁଣରେ ପରିପୂର୍ଣ୍ଣ ହୋଇଛନ୍ତି । ଉକ୍ରଳ ବିଶ୍ୱ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ମଧୁର ସମ୍ପର୍କ ଶିକ୍ଷାନୁଷ୍ଠାନର ଶ୍ରୀବୃଦ୍ଧି କରୁଛି । ବିଶ୍ୱ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ବିଶ୍ୱ ବିଦ୍ୟାଳୟ ସମଗ୍ର ବିଶ୍ୱର ଆକର୍ଷଣୀୟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ମତ ରଖିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉକ୍ରଳ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୈଖିକ ବାତାବରଣ ତିଆରି କରିବାରେ ସମର୍ଥ ହୋଇଛନ୍ତି । ଏହି ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବା ପ୍ରମାଣ ରହିଛି । ସମସ୍ତଙ୍କ ସହଯୋଗରେ ଏହି ବିଶ୍ୱ ବିଦ୍ୟାଳୟ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଛି । ଆଗାମୀ ଦିନରେ ଏହି ବିଶ୍ୱ ବିଦ୍ୟାଳୟ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି । କେବଳ ଶିକ୍ଷା ଗ୍ରହଣ ପାଇଁ ନୁହେଁ ସମାଜସେବା କ୍ଷେତ୍ରରେ ଉକ୍ରଳ ବିଶ୍ୱ ବିଦ୍ୟାଳୟର ଯେଉଁ ଉଲ୍ଲେଖନୀୟ ଭୂମିକା ରହିଛି, ଆଗାମୀ ପିଢିଙ୍କ ପାଇଁ ଏହା ଉଦାହରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ।
ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ରଳ ବିଶ୍ୱ ବିଦ୍ୟାଳୟକୁ ବିଶ୍ୱର ଏକ ନମ୍ବର ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ସହଯୋଗ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଇଚ୍ଛା ଯୋଗୁଁ ଏହି ବିଶ୍ୱ ବିଦ୍ୟାଳୟ ଏବେ ସମଗ୍ର ଦେଶରେ ସୁନାମ ଆଣି ପାରିଛି । ମୋ ଭଳି ଅନେକ ଯେଉଁମାନେ ଏଠାରେ ଅଧ୍ୟୟନ କରିଛନ୍ତି ସେମାନେ ଆଜି ଗୌରବମୟ ସ୍ଥାନରେ ପହଞ୍ଚô ପାରିଛନ୍ତି । ଓଡ଼ିଶାର ପୁରାତନ ସ୍ୱର୍ଣ୍ଣିମ ବିଶ୍ୱ ବିଦ୍ୟାଳୟ ଯେଉଁମାନଙ୍କ ସହଯୋଗ ଦ୍ୱାରା ପ୍ରତିଷ୍ଠା ହୋଇଥିଲା, ତାହା ଆଜି ଓଡ଼ିଶାକୁ ଗର୍ବିତ କରିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇସାରିଛି । ଏହି ବିଶ୍ୱ ବିଦ୍ୟାଳୟର ଶିକ୍ଷାଦାନ ଓ ଗବେଷଣାକୁ ଉପଲବ୍ଧି କରି ଆମେ ଅନେକ କିଛି ପାଇସାରିଛୁ । ଆମକୁ ଆହୁରି ଆଗକୁ ଯିବାକୁ ପଡ଼ିବ । ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉପରେ ଦାୟିତ୍ୱ ତୁଲାଇବାକୁ ପଡ଼ିବ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଏକ ଶ୍ରେଷ୍ଠ ସ୍ଥାନରେ ପହଞ୍ଚôଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବାଦୀ ଥିବା ନିଜ ଅଭିଭାଷଣରେ କହିଥିଲେ ।
ଏହି କାର୍ଯ୍ୟକମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱ ବିଦ୍ୟାଳୟ କୂଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ବୀରଭଦ୍ରଙ୍କୁ ମଞ୍ଚକୁ ଡାକି ବନ୍ଧୁତ୍ୱ ଜଣାଇଲେ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୂର୍ବତନ ସାଂସଦ ବନ୍ଧୁ ବୀରଭଦ୍ର ସିଂହକୁ ପ୍ଳାଟିନମ ଜୁବଲି ସଭାମଞ୍ଚକୁ ଡାକି ବନ୍ଧୁତ୍ୱର ନିଦର୍ଶନ ଦେଇଛନ୍ତି । ପ୍ରୋଟକଲ କାରଣରୁ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚô ପାରିନଥିବା ପୂର୍ବତନ ସାଂସଦ ବୀରଭଦ୍ରଙ୍କୁ ସଭାମଞ୍ଚକୁ ଡାକି ରାଷ୍ଟ୍ରପତି ନିଜ ମହନୀୟତା ଏହି କାର୍ଯ୍ୟକ୍ରମରେ ଦେଖାଇଛନ୍ତି । ୨୦୦୧ ମସିହାରେ ରାଜ୍ୟସଭାରେ ରାମନାଥ କୋବିନ୍ଦଙ୍କ ସହ କାର୍ଯ୍ୟ କଲା ବେଳେ ତାଙ୍କର ଘନିଷ୍ଠ ସହଯୋଗୀ ହୋଇପାରିଥିଲେ ବୀରଭଦ୍ର । ବାଣୀବିହାରରେ ଆୟୋଜିତ ହେଉଥିବା ପ୍ଳାଟିନିୟମ ଜୁବଲି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ହିସାବରେ ବୀରଭଦ୍ର ଯୋଗ ଦେବାକୁ ଆସିଥିଲେ । ରାଜ୍ୟସଭାର ପୁରୁଣାସାଥି ଗୋଟିଏ ସଂସଦୀୟ କମିଟିର ସଦସ୍ୟ ହିସାବରେ ଦୁହିଁଙ୍କ ଭିତରେ ଅଧିକ ଘନିଷ୍ଠତା ବଢ଼ିଥିଲା । ୧୨ବର୍ଷ ଧରି ଯୋଗାଯୋଗ ନଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପରେ ବୀରଭଦ୍ରଙ୍କ ସହ ଟେଲିଫୋନରେ କଥା ହୋଇ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରୁଥିଲେ । ଓଡ଼ିଶା ଆସିଥିବା ଅବସରରେ ପୂର୍ବତନ ଛାତ୍ର ହିସାବରେ ହାତରେ ଫୁଲତୁଡା ଧରି ରାଷ୍ଟ୍ରପତିଙ୍କୁ ଦେବାକୁ ଇଛା କରିଥିଲେ ବୀରଭଦ୍ର । ପ୍ରୋଟକଲ କାରଣରୁ ସାକ୍ଷାତ ସମ୍ଭବ ନଥିଲେ ମଧ୍ୟ ସଭାମଞ୍ଚ ଉପରୁ ଦର୍ଶନ ଗ୍ୟାଲେରିରେ ଥିବା ବୀରଭଦ୍ରଙ୍କୁ ରାଷ୍ଟ୍ରପତି ଚିହ୍ନିପାରିଥିଲେ । ତାଙ୍କୁ ପାଖକୁ ଆସିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବା ପରେ କେନ୍ଦ୍ରମନ୍ତ୍ରୀ ମାଇକ ଯୋଗେ ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କୁ ମଞ୍ଚ ଉପରକୁ ଆସି ରାଷ୍ଟ୍ରପତିଙ୍କୁ ଭେଟିବାକୁ ଘୋଷଣା କରିଥିଲେ । ଏହା ପରେ ବୀରଭଦ୍ର ମଞ୍ଚ ଉପରକୁ ଆସି ରାଷ୍ଟ୍ରପତିଙ୍କ ସହ କରମର୍ଦନବେଳେ ଉତ୍‌ଫୁଲିତ ହୋଇପଡ଼ିଥିଲେ । ଏହି ଅବସରରେ ରାଷ୍ଟ୍ରପତି ବୀରଭଦ୍ରଙ୍କୁ ନିଜ ପତ୍ନୀଙ୍କ ସହ ରାଷ୍ଟ୍ରପତି ଭବନ ଆସିବାକୁ ଆମନ୍ତ୍ରଣ କରିଥିଲେ ବୋଲି ସାକ୍ଷାତ ପରେ ବୀରଭଦ୍ର ଗଣମାଧ୍ୟମକୁ କହିଥିଲେ ।

ଲିଙ୍ଗରାଜଙ୍କୁ ଦର୍ଶନ କଲେ ସବିତା କୋବିନ୍ଦ
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଓ ଖୋର୍ଦ୍ଧାରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରବିବାର ଦିନ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କ ଦର୍ଶନ କରିଛନ୍ତି । ସାଥିରେ ଝିଅ ଶ୍ୱେତାଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବିଶେଷ ଖୁସି ପ୍ରକଟ କରିଛନ୍ତି । ମନ୍ଦିର ମଧ୍ୟରେ ୩୦ମିନିଟ୍‌ ଧରି ସବିତା କୋବିନ୍ଦ ଓ ତାଙ୍କ ଝିଅ ପୂଜାଅର୍ଚ୍ଚନା କରିଥିଲେ । ମନ୍ଦିରର ସମସ୍ତ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଉପରେ ଜଳଲାଗି କରିଥିଲେ । ଏହାପରେ ମନ୍ଦିର ସିଂହଦ୍ୱାରକୁ ଆସି ଅଦ୍ଧଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଅପେକ୍ଷାରତ ଶ୍ରଦ୍ଧାଳୁମାନଙ୍କୁ ହାତ ଯୋଡି କ୍ଷମା ମାଗିଥିଲେ ସବିତା ଓ କୋବିନ୍ଦ । ମୋ ପାଇଁ ଆପଣମାନେ ଅପେକ୍ଷା କରିଥିବାରୁ ଦୁଃଖ ଜଣାଉଛି ବୋଲି କହି ଝିଅଙ୍କ ସହ ରାଜଭବନ ଫେରି ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*