ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ADR ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟ
ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ଜଣ ହେଲେ ମହିଳା ।ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ, ଜଣେ ଅଷ୍ଟମ ଆଉ ଜଣେ ପଞ୍ଚମ ଆଉ ଜଣେ ତ ସ୍କୁଲ୍ ବି ମାଡ଼ି ନାହାନ୍ତି । ୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ୍ ପାସ୍ କରିଛନ୍ତି । ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଓ ଲାଞ୍ଚ ନେବା ନେବା ମାମଲା ରହିଛି । ୩୭ ସାଂସଦ ପ୍ରାର୍ଥୀରୁ ୧୭ ଜଣ ହେଲେ କୋଟିପତି ପ୍ରାର୍ଥୀ । କଳାହାଣ୍ଡିର ଲୋକସଭା ପାର୍ଥୀ ମାଳବିକା ଦେବୀ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ୪୧ କୋଟି ୯୮ ଲକ୍ଷ । ପ୍ରମିଳା ପୂଜାରୀଙ୍କ ହେଉଛନ୍ତି ସବୁଠୁ ଗରିବ ପ୍ରାର୍ଥୀ ତାଙ୍କ ପାଖରେ ରହିଛି ୨୦ ହଜାର ୬୨ ୫ ତାଙ୍କର ସମ୍ପତ୍ତି।

By SonaliP

Leave a Reply

Your email address will not be published. Required fields are marked *