ରାଜ୍ୟବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ। ଆଉ ଦୁଇଦିନ ପରେ ଅର୍ଥାତ୍ ମଇ ୬ ତାରିଖରେ ଭୁବନେଶ୍ୱର ଉପକଣ୍ଠରେ ଖୋଲିବାକୁ ଯାଉଛି ମନୋରଞ୍ଜନ ପାର୍କ। ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଏଠାରେ ବ୍ୟବସ୍ଥା ରହିଛି।

ଏହି ପାର୍କରେ ବିଭିନ୍ନ ସୁବିଧା ସୁଯୋଗ ସହ  ଥିମ୍ ରହିଛୁ ଯାହା ଏଠାକୁ ଆସୁଥିବା ଲୋକମାନଙ୍କୁ ବିରକ୍ତ ନକରି ଦିନସାରା ଉପଦ୍ଭୋଗ କରିବାରେ ଭରପୁର ଆନନ୍ଦ ଦେବ। ଏଠାରେ ପ୍ରାକୃତିକ ପରିବେଶର କିଛି ଝଲକ ମଧ୍ୟ ଉପଭୋଗ କରିପାରିବେ ଲୋକମାନେ। ଏହା ଭାରତର ସର୍ବ ବୃହତ୍ ଆମ୍ୟୁଜମେଣ୍ଟ ପାର୍କ ଅଟେ। ବେଙ୍ଗାଲୁରୁ ସ୍ଥିତ ୱାଣ୍ଡରଲା ହଲିଡେ ଲିମିଟେଡ୍ ଏହି ମନୋରଞ୍ଜନ ପାର୍କ ସ୍ଥାପନ କରିଛି।

୧୧୫ କୋଟି ଟଙ୍କା ବ୍ୟୟରେ ୫୦ ଏକର ଜମିରେ ଦେଶର ସବୁଠାରୁ ବଡ ପାର୍କ ଭାବରେ ଏହା ବିକଶିତ ହୋଇଛି।ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତା ଗ୍ରାମରେ ଏକ ଆସେଟ-ଲାଇଟ୍ ବ୍ୟବସାୟ ମଡେଲରେ ଏହି ମନୋରଞ୍ଜନ ପାର୍କ ପାଇଁ ୯୦ ବର୍ଷ ପାଇଁ ରାଜ୍ୟ ସରକାରଙ୍କଠାରୁ କମ୍ପାନୀ ଜମି ଲିଜ୍ ରେ ନେଇଛି।ଏହି ଆସେଟ-ଲାଇଟ୍ ବ୍ୟବସାୟ ମଡେଲ ସାମର୍ଥ୍ୟ ସ୍ଥାନାନ୍ତର ସହ ସ୍ଥାନୀୟ ଅର୍ଥନୀତି ବିକାଶ ପାଇଁ ପ୍ରୋତ୍ସାହିତ କରିବ ।

କୋଚି, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ପରେ ଏହା ଦେଶର ଚତୁର୍ଥ ମନୋରଞ୍ଜନ ପାର୍କ ଅଟେ ଏବଂ ଏହା ଭାରତର ସର୍ବ ବୃହତ ପାର୍କ ଅଟେ। ଓଡ଼ିଶା ପର୍ଯ୍ୟଟନ ବିଭାଗ, ଇଡକୋ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜମି ଯୋଗାଇ ଦେଇଛନ୍ତି ଏବଂ ପାର୍କ ସ୍ଥାପନ ପାଇଁ ସରକାର କମ୍ପାନୀକୁ ପ୍ରୋତ୍ସାହନ ଦେଇଛନ୍ତି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *