ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଆଉ ଏକ ସଫଳତା ସାଉଣ୍ଟିଛନ୍ତି ଓଡ଼ିଶାର ଗୌରବ ପାରା ଆଥଲେଟ୍ ଜୟନ୍ତୀ ବେହେରା। ପ୍ରତିଷ୍ଠିତ ଏସୀୟ ପାରା ଗେମ୍ସର ମହିଳା ୪୦୦ ମିଟର T47 ବର୍ଗରେ ସେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି କଠିନ ପ୍ରତିଯୋଗିତାରେ ଜୟନ୍ତୀ ନିଜର ଆତ୍ମବିଶ୍ୱାସ, ଦ୍ରୁତ ଗତି ଓ ଧୈର୍ଯ୍ୟର ପରିଚୟ ଦେଇ ୧ ମିନିଟ୍ ୦.୬୫ ସେକେଣ୍ଡ ରେ ରେସ୍ ଶେଷ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଦେଇଛି। ଏହି ପ୍ରତିଯୋଗିତାରେ ଭାରତର ଆଉ ଜଣେ ପ୍ରତିଭାବାନ ଆଥଲେଟ୍ ଅଞ୍ଜନାବେନ୍ ବୁମ୍ବାଡିଆ ମଧ୍ୟ ନିଜର ଦବ୍ଦବା ଦେଖାଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜୟନ୍ତୀ ବେହେରା ରହିଛନ୍ତି । ଜୟନ୍ତୀଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ଓ ଅସାଧାରଣ ସଫଳତା କଠିନ ପରିଶ୍ରମର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିବା ସହ ଓଡ଼ିଶାର କ୍ରୀଡ଼ା ଇତିହାସରେ ତାଙ୍କର ସ୍ଥାନକୁ ଆହୁରି ମଜବୁତ କରିଛି। Post navigation Two Odisha Athletes Die in Road Accident: ସଡ଼କ ଦୁର୍ଘଟଣାରେ ଦୁଇ ଓଡ଼ିଆ ଯୁବ ଆଥଲେଟ୍ଙ୍କ ମୃତ୍ୟୁ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ PM Modi to Visit Odisha on Oct 25: ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ; ଜଟଣୀରେ ଉଦ୍ଘାଟନ କରିବେ RBIର ଅତ୍ୟାଧୁନିକ ଡାଟା ସେଣ୍ଟର