କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ତାମିଲନାଡୁରେ ବିଜେପି ପାଇଁ ପୂର୍ଣ୍ଣକାଳୀନ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମୁରୁଗାନ କହିଛନ୍ତି ଯେ ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟିବା ସହ ଦଳର କର୍ମୀମାନଙ୍କୁ ସହଯୋଗ କରିବେ । ତାମିଲନାଡୁରେ ବିଜେପିର ସଂଗଠନକୁ ମଜଭୁତ କରିବା ଏବଂ ‘ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ । ୨୦୨୯ ଲୋକସଭା ନିର୍ବାଚନରେ ଦଳର ସଫଳତା ପାଇଁ ସେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ନିକଟରେ ମୋଦିଙ୍କ ତାମିଲନାଡୁ ଗସ୍ତ ସମୟରେ ଲୋକଙ୍କ ଭଲପାଇବା ତାଙ୍କୁ ଉତ୍ସାହିତ କରିଥିବା ଏଲ୍. ମୁରୁଗାନ କହିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ତୁରନ୍ତ ପଦରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାର ଥିଲା । ସେ ପୂର୍ବରୁ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ କାମ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *