ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ
ବାଲେଶ୍ୱର; ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ଜଳେଶ୍ଵରସ୍ଥିତ ଗୋପିକିଶନ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦିଲ୍ଲିପ ପାତ୍ରଙ୍କୁ ମାଡ ମାରିଲେ ମୃତକଙ୍କ ସଂପର୍କୀୟ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜଳେଶ୍ଵର ପୋଲିସ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଜଳେଶ୍ଵର ଥାନା ଅନ୍ତର୍ଗତ ଚକହରି ଗ୍ରାମର ଉମେଶ ଓଝା ଆଜି ମଧ୍ୟାହ୍ନ ସମୟରେ ଘରୋଇ କଳହ ଯୋଗୁ ବିଷ ପିଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ଵର ସ୍ଥିତ ଗୋପିକିଶନ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ଦିଲ୍ଲିପ ପାତ୍ର ରୋଗୀ ଦେଖିବାରେ ଅବହେଳା କରିବାରୁ ସେଠାରେ ରୋଗୀର ମୃତ୍ୟୁର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଖବର ପାଇ ଜଳେଶ୍ଵର ପୋଲିସ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା  କରୁଛି।

By SonaliP

Leave a Reply

Your email address will not be published. Required fields are marked *