ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିବେ ।

ଏହାପରେ ମିଟିଂ ସାରି ୧୨.୫୦ରୁ ୩ଟା ଯାଏଁ ପିଡବ୍ଲ୍ୟଡି ଗେଷ୍ଟ ହାଉସରେ ବିଶ୍ରାମ ନେବେ । ଏହାପରେ ୩.୪୦ରେ ରାୟଗଡା ବିଧାନସଭା କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବେ । ଶେଷରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *