ଜବରଦଖଲକାରୀଙ୍କ କବଳରେ ବୃହତ ଜଳାଶୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଜିଲ୍ଲାର ସର୍ବବୃହତମ ପୁଷ୍କରଣୀଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଓ ଜବର ଦଖଲରେ ରହିଯିବା ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଭଗବାନପୁର ପଞ୍ଚାୟତ ଜୟକୃଷ୍ଣପୁର ମୌଜାର ଏହି ପୁଷ୍କରଣୀଟି ଯାହାର ଆୟତନ ୬୦ ଏକରରୁ ଅଧିକ ଏବଂ ପୋଖରୀ ଆଡି ପ୍ରାୟ ୩୦ ଏକରରୁ ଅଧିକ ହେବ । ଏହି ପୁଷ୍କରଣୀ କେବେ ଖୋଳାଗଲା ତାହାର ସଠିକ୍ ହିସାବ ନଥିଲେ ହେଁ ଧର୍ମେଶ୍ୱର ରାଜାଙ୍କ ରାଜତ୍ୱ କାଳରେ ଧାମନଗର ଅଞ୍ଚଳର ଚାଷୀମାନଙ୍କ ଚାଷକୁ ଜଳସେଚନ ସୁବିଧା ନିମନ୍ତେ ଏହି ପୁଷ୍କରିଣୀ ଖୋଳାଯାଇଥିଲା ବୋଲି ସ୍ଥାନୀୟ ଅଞ୍ଚଳର ବୟଜ୍ୟେଷ୍ଠ ଲୋକମାନେ କୁହନ୍ତି । ଏହି ପୁଷ୍କରଣୀ ପାଖରେ ଏକ ଗ୍ରାମଦେବତୀ ପୀଠ ଅଛି ଯାହାର ନାଁ ମା କାଲୁଣୀ ଠାକୁରାଣୀ । କାଲୁଣୀ ଠାକୁରାଣୀଙ୍କ ପାଖରେ ମାନସିକ ରହିଲେ ଭକ୍ତମାନଙ୍କର ମନକାମନା ପୁରଣ ହୁଏ ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ।
ସେହି ବିରାଟକାୟ ପୋଖରୀରେ ପ୍ରଚୁର ପଦ୍ମଫୁଲ ଫୁଟୁଥିବାରୁ ସେହି ପୋଖରୀକୁ ଲକ୍ଷ କରି ସ୍ଥାନୀୟ ଏକ ଗ୍ରାମ ଯାହାର ନାମ ପଦ୍ମପୋଖରୀ ବୋଲି ଲୋକେ କୁହନ୍ତି । ଅତୀତରେ ଏହି ଜାଗାକୁ ବର୍ଷସାରା ବିଦେଶୀ ପକ୍ଷୀ ଓ ଦେଶୀ ପକ୍ଷୀ ମାନଙ୍କର ବାସସ୍ଥଳୀ ଥିଲା । କିଛି ଲୋକ ପକ୍ଷୀ ଶୀକାର କରିବା ଯୋଗୁଁ ଏବେ କ୍ରମଃଶ ପକ୍ଷୀର ସଂଖ୍ୟା ହ୍ରାସ ପାଇବା ସହ ଅଞ୍ଚଳଟି କଣ୍ଟା, ବଣ , ବୁଦା, ଦଳ, କଳମ ଇତ୍ୟାଦିରେ ପରିପୂର୍ଣ୍ଣ ହୋଇଗଲାଣି ଯାହା ଏ୍ୟ÷ତିହ୍ୟ କ୍ରମଃଶ ଲୋପ ପାଉଛି ଏପଟେ କିଛି ମୁଷ୍ଟିମେୟ ଲୋକ ଉକ୍ତ ପୁଷ୍କରଣୀର ଆଡ଼ିକୁ ଜବରଦଖଲ କରି ନିଜ ଅକ୍ତିଆରରେ ରଖି ଚାଷ ଜମିରେ ପରିଣତ କରିସାରିଲେଣି । ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ସରକାରଙ୍କ ଦ୍ୱାରା ପ୍ରଚଳିତ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି କିମ୍ବା ଜିଲ୍ଲା ମତ୍ସ୍ୟ ବିଭାଗରେ ଅର୍ନ୍ତଭୁକ୍ତ କରାଇ ଜବରଦଖଲକାରୀଙ୍କ କବଳରୁ ଜମିକୁ ମୁକୁଳାଇବା ସହ ପୋଖରୀକୁ ପୁନଃଉଦ୍ଧାର କରି ଏହାର ଭିତ୍ତିଭୂମି ବିକାଶ କରାଇଲେ ଏହାର ସୌନ୍ଦର୍ଯ୍ୟ ନିଶ୍ଚିତ ଭାବରେ ବୃଦ୍ଧିପାଇବ ।
ସରକାର ବିଭିନ୍ନ ପୁଷ୍କରଣୀକୁ ପୁନରୁଦ୍ଧାର ଓ ନୂତନ ପୋଖରୀ ଖୋଳୁଥିବାବେଳେ ଏହି ସର୍ବ ପୁରାତନ ଡ଼ିଗି ପୁଷ୍କରଣୀଟି ସରକାରଙ୍କ ଦୁଷ୍ଟି ଆଡ଼ୁଆଳରେ ରହିଯାଇଛି । ସରକାର ସ୍ୱତନ୍ତ୍ର ଦୁଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*