ନୂଆଦିଲ୍ଲୀ ; କଂଗ୍ରେସର ପିଛା ଛାଡ଼ୁନି ବିବାଦ । କିଛିଦିନ ତଳେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ବିବାଦୀୟ ବୟାନ ଦେଇ ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ ଦେଖା ଦେଇଛି। ଶୁକ୍ରବାର ଦିନ କଂଗ୍ରେସ ବରିଷ୍ଠ ଦଳର ନେତା ମଣି ଶଙ୍କର ଆୟାରଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି।ସେ କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା କଥା। ଭାରତ ନିଜ ପଡ଼ୋଶୀ ଦେଶକୁ ସମ୍ମାନ ନ ଦେଲେ ଅପର ପାର୍ଶ୍ୱରୁ ପରମାଣୁ ବୋମା ହମଲା ହେବାର ଭୟ ରହିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଆମେ ତାଙ୍କ ସହ କୌଣସି ପ୍ରକାର ବାର୍ତ୍ତାଳାପ କରିବୁନି ବୋଲି ବିଜେପି ସରକାର କହୁଛି। କିନ୍ତୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଆତଙ୍କବାଦକୁ ସମୂଳେ ବିନାଶ କରିବାକୁ ଆଲୋଚନା ନିହାତି ଜରୁରୀ। ପାକିସ୍ତାନ ନିକଟରେ ମଧ୍ୟ ପରମାଣୁ ବୋମା ଅଛି। ଆମ ପାଖରେ ମଧ୍ୟ ଅଛି, କିନ୍ତୁ ଯଦି ଜଣେ ‘ପାଗଳ’ ଲାହୋର ଉପରେ ବୋମା ପକାଇବାକୁ ନିଷ୍ପତ୍ତି ନିଏ, ତେବେ ଏହାର ରେଡିଓଆକ୍ଟିଭିଟି ଅମୃତସରରେ ପହଞ୍ଚିବା ପାଇଁ ମାତ୍ର ୮ ସେକେଣ୍ଡ ସମୟ ଲାଗିବ ନାହିଁ।” ତେଣୁ ଆଣବିକ ବୋମା ବ୍ୟବହାର ବନ୍ଦ କରିବା ଉଚିତ୍।
ମଣିଶଙ୍କର ଆୟାର କହିଛନ୍ତି, ଆମେ ସେମାନଙ୍କୁ ସମକକ୍ଷ ଭାବିଲେ ସେମାନଙ୍କ ସମ୍ମାନ କଲେ ଓ ଆଲୋଚନା ପାଇଁ ପ୍ରସ୍ତୁତ ହେଲେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନର ବାଟ ଫିଟି ପାରିବ । ନଚେତ କିଛି ବି ଘଟିପାରେ। କାରଣ ବନ୍ଧୁକ ଧରି ଆପଣ ସ୍ଥିତିରେ ସୁଧାର ଆଣି ପାରିବେନି। ପୂର୍ବରୁ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କିନ୍ତୁ ଶାନ୍ତିର ବାଟ ଖୋଜି ବାହାର କରିଥିଲେ।

By SonaliP

Leave a Reply

Your email address will not be published. Required fields are marked *