ମୋଦିମୟ ହୋଇଛି ରାଜଧାନୀ । ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳରେ ବିଜେପିର ରୋଡ ଶୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ବିଶାଳ ମେଗା ରୋଡ ସୋ କରିଛନ୍ତି । ରାମ ମନ୍ଦିର ଛକରୁ ଏହି ରୋଡ ସୋ ଆରମ୍ଭ ହୋଇଥିଲା ।

ରୋଡ ସୋ ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିଲା  । ରାମ ମନ୍ଦିର ରୁ ଆରମ୍ଭ ହୋଇଥିବା ରୋଡ ସୋ ବାଣୀବିହାର ପର୍ଯ୍ୟନ୍ତ ଚାଲିଥିଲା । ମୋଦୀଙ୍କ ରୋଡ ସୋ ପାଇଁ ରାଜ୍ୟ ବିଜେପି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ କାରକେଡ ଆଗରେ ବିଜେପିର ମହିଳା କର୍ମୀମାନେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ଆଗେ ଆଗେ ଚାଲିଥିଲେ  । ମୋଦୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ନାରାରେ କମ୍ପିଥିଲା ରାଜଧାନୀ ।

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରେ ସାମିଲ ହୋଇଛନ୍ତି ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଅଢ଼େଇ କିଲୋମିଟର ଯାଏଁ କରାଯାଇଛି ରୋଡ୍ ସୋ ।

ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ହଜାର ହଜାର ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି। ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଛନ୍ତି।

Leave a Reply

Your email address will not be published. Required fields are marked *