ଚାନ୍ଦବାଲି; ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାନସଭାର ବିଧାୟକ ପ୍ରାର୍ଥୀ ଭାବେ ଓଡିଶା ବିଜେପି ୟୁନିଟ୍ ସଭାପତି ମନମୋହନ ସାମଲ ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ବିଶାଳ ଶୋଭାଯାତ୍ରାରେ ବାହାରି ନିଜ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।


ସେ କହିଛନ୍ତି ଏହି ନାମାଙ୍କନ କେବଳ ଜଣେ ବିଧାୟକ ପ୍ରାର୍ଥୀ ଭାବରେ ନୁହେଁ ବରଂ ମୋଦୀଙ୍କ ଗ୍ୟାରେଣ୍ଟିକୁ ପାଥେୟ କରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଉତ୍ତୋରତ୍ତର ବିକାଶ କରିବା ପାଇଁ ମୁଁ ସଂକଳ୍ପବଦ୍ଧ । ଚାନ୍ଦବାଲି ବିଧାନସଭା କ୍ଷେତ୍ରକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵରେ ସର୍ବଦା କାର୍ଯ୍ୟରତ ରହିବି । ଅପାଣମାନଙ୍କ ସହଯୋଗ ଆଶୀର୍ବାଦ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀକୁ ଏକ ନୂଆ ରୂପ ଦେବାରେ ମୋତେ ଅସୀମ ଶକ୍ତି ପ୍ରଦାନ କରିବ ।

ଆଜିର ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ତାଙ୍କ ସହିତ ଯୋଗ ଦେଇଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ କର୍ମୀକର୍ତ୍ତା ଓ ନେତୃବୃନ୍ଦ ତଥା ଭାଇ ଓ ଭଉଣୀମାନଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *