ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କିଛି ସମୟ ପରେ ସେ ମାଷ୍ଟର କ୍ୟାଣ୍ଟିନରୁ ବାଣିବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରିବେ । ତାଙ୍କ ରୋଡ ସୋ ପୂର୍ବରୁ ରାଜ୍ୟ ବିଜେପି ଉତ୍ସାହିତ ହୋଇଛି । ରାଜ୍ୟ ବିଜେପି ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ରାସ୍ତାକୁ ସିଲ୍ କରାଯାଇଛି ।

ରୋଡ୍ ସୋ’ ସାରି ଆଜି ରାଜଭବନରେ ରାତ୍ରୀଯାପନ କରିବେ ମୋଦି। ଏହାପରେ ଆସନ୍ତାକାଲି ହେବାକୁ ଥିବା ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି ଯୋଗଦେବେ। ସକାଳ ସାଢ଼େ ୮ଟାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସେଠାରେ ସାଢ଼େ ୧୦ଟାରେ ପହଞ୍ଚି କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ

Leave a Reply

Your email address will not be published. Required fields are marked *