ଭୁବନେଶ୍ୱର ; ଦିନକୁ ଦିନ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନ ଦ୍ୱିପହରେ ଲୁଟୁଛନ୍ତି ନିରୀହ ଜନସାଧାରଣଙ୍କୁ । ସେମାଙ୍କୁ ଦମନ କରିବା ପାଇଁ ତିଆରି ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ ।
ପ୍ରକାଶ ପାଇଛି ସ୍ପେଶାଲ କ୍ରାଇମ ୟୁନିଟର ବାର୍ଷିକ ରିପୋର୍ଟ। ବଡ଼ ବଡ଼ ଠକ, ନିଶା ମାଫିଆ ଓ ବନ୍ଧୁକ ବେପାରୀଙ୍କୁ ବାନ୍ଧି ଅପରାଧୀଙ୍କ ନିଦ ହଜାଇ ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ। ବର୍ଷକରେ ମୋଟ ୨୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୦ଟି ମାମଲାରେ ୫୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ କେଜି ୧ ଶହ ୮୬ ଗ୍ରାମ ବ୍ରାଉନସୁଗର, ୬୯୦ କେଜି ଗଞ୍ଜେଇ, ୫ଟି ବନ୍ଧୁକ, ୨୪ଟି ଗୁଳି ଜବତ କରାଯାଇଛି । ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୯ଟି ଠକେଇ ମାମଲା ରୁଜୁ ହୋଇଛି। ୭ ମାମଲାରେ ୧୪ କୁଖ୍ୟାତ ଠକଙ୍କୁ ଗିରଫ କରାଯାଇଛି । ୧୦ଟି ନିଶା କାରବାର ମାମଲାରେ ୩୬ ମାଫିଆଙ୍କୁ ଗିରଫ କରାଯାଇଛି। ସ୍ପେଶାଲ କ୍ରାଇମ ୟୁନିଟ। ଆଗକୁ ଏଭଳି କାର୍ଯ୍ୟ ବଳବତ୍ତର ରହିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

 

By SonaliP

Leave a Reply

Your email address will not be published. Required fields are marked *