ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ଥିବା ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଲାଗିଛି ଝଟକା । ଜାମିନ ଆବେଦନ ଉପରେ ସୋମବାର ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ଶୁଣାଇବା ସହ ଏହାକୁ ଖାରଜ କରିଛନ୍ତି ।
ନିଷ୍ପତ୍ତି ଶୁଣାଇବା ସମୟରେ କୋର୍ଟ କହିଛନ୍ତି ଯେ, ଚିଦାମ୍ବରମ ପ୍ରମାଣ ସହ ଏପଟସେପଟ କରିବେ ନାହିଁ, ହେଲେ ମାମଲାକୁ ପ୍ରଭାବିତ କରିପାରନ୍ତି । କୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ସେ ଲୋକସଭାରେ ସାଂସଦ ଏବଂ ବାର୍‌ ର ସଦସ୍ୟ ଥିବାରୁ ତାଙ୍କର ସମାଜରେ ପ୍ରଭାବ ଅଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ହାଇକୋର୍ଟ ଏହି ମାମଲାର ଶୁଣାଣୀ ଶେଷ କରି ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*