ଏନ୍‌ଏସିରେ ବିଧାୟକଙ୍କ ଜନଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ପିପିଲି

ପିପିଲି ଏନଏସିର ଜନସାଧାରଣମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଞ୍ଚଳର ବିଧାୟକ ପ୍ରଦୀପ ମହାରଥି ଅଧ୍ୟକ୍ଷତାରେ ଏନଏସି କାର୍ଯ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନୁତନ ଭାବେ ପିପିଲି ଏନଏସିର କାର୍ଯ୍ୟନିର୍ବାହୀ ଦାୟିତ୍ୱ ନେଇଥିବା ପିପିଲି ଅତିରିକ୍ତ ତହସିଲଦାର ନିଳକଣ୍ଠ ବେହେରା ମଧ୍ୟ ଯୋଗଦେଇ ୩୦ଜଣ ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ କରିଛନ୍ତି ।
ଏହି ଜନଶୁଣାଣି କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମହାରଥି ଯୋଗ ଦେଇଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମହାରଥି ୩୦ ଜଣଙ୍କ ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ ହୋଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*