ଅସ୍ଥାୟୀ ମନ୍ଦିରରେ ବିରାଜମାନ ହେବାକୁ ଥିବା ରାମଲାଲାଙ୍କ ପାଇଁ ପହଞ୍ଚିଲା ରୁପା ସିଂହାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଅଯୋଧ୍ୟା

ଅଯୋଧ୍ୟାରେ ବିରାଜମାନ ରାମଲାଲା ନିଜର ନୂଆ ଅସ୍ଥାୟୀ ମନ୍ଦିରରେ ୧୦ କେଜି ରୁପାରେ ନିର୍ମିତ ଏକ ସିଂହାସନ ଉପରେ ବିରାଜିବେ । ଏଥିପାଇଁ ସିଂହାସନ ଜୟପୁରରେ ନିର୍ମାଣ ହୋଇ ଇତିମଧ୍ୟରେ ଅଯୋଧ୍ୟାରେ ପହଞ୍ଚôଯାଇଛି । ଏହି ସିଂହାସନ ଅଯୋଧ୍ୟାର ପୂର୍ବ ରାଜପରିବାରର ଉତ୍ତରାଧିକାରୀ ବିମଳେନ୍ଦ୍ର ମୋହନ ମିଶ୍ର ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ପ୍ରଦାନ କରିବେ । ସିଂହାସନକୁ ସେ ହିଁ ନିର୍ମାଣ କରାଇଛନ୍ତି । ୧୯୯୨ ମସିହାରୁ ଏପର୍ଯ୍ୟନ୍ତ ରାମଲାଲା କାଠରେ ନିର୍ମିତ ସିଂହାସନରେ ବିରାଜମାନ ଅଛନ୍ତି । ଟ୍ରଷ୍ଟ ପକ୍ଷରୁ ସଚିବ ଚମ୍ପତ ରାୟ ସିଂହାସନକୁ ଗ୍ରହଣ କରିବେ । ୨୭ ବର୍ଷ ପୂର୍ବେ ଟେଣ୍ଟରୁ ବାହାରି ରାମଲାଲା ଆସନ୍ତା ମାର୍ଚ୍ଚ ୨୫ରେ ଗୁଡି ପଡୱା ଦିନ ଅସ୍ଥାୟୀ ମନ୍ଦିରରେ ବିରାଜମାନ ହେବେ । ଏହି ପ୍ରକ୍ରିୟା ପୂରା କରିବା ପାଇଁ ସୋମବାର ସକାଳୁ ହିଁ ବୈଦିକ ରୀତିନୀତିରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୫ ସକାଳୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଅସ୍ଥାୟୀ ମନ୍ଦିରରେ ରାମଲାଲାଙ୍କ ଅଭିଷେକ କରାଇବେ । ପୂଜନ ପ୍ରକ୍ରିୟା ପାଇଁ ଦେଶର ଭିିନ୍ନ ଭିନ୍ନ ଅଞ୍ଚଳରୁ ୧୫ ଜଣ ଆଚାର୍ଯ୍ୟ ଉପସ୍ଥିତ ଅଛନ୍ତି । ହେଲେ ଏହି ସମାରୋହରେ ଯେପରି ଅଧିକ ଭିଡ ନହେବ, ସେଥିଲାଗି ଦୃଷ୍ଟି ଦିଆଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*