ଭୁବନେଶ୍ୱର : ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଇଭିଏମ୍‌ରେ କଏଦ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏହାପୂର୍ବରୁ ଓଡ଼଼ିଶା ରାଜନୀତିରେ ଏକ୍‌ଜିଟ୍‌ ପୋଲ ଆକଳନକୁ ନେଇ ବିଜେପି ଖୁବ ଉତ୍ସାହିତ ରହିଥିବାବେଳେ ବିଜେଡି କର୍ମୀ ମହଲରେ ଦେଖାଦେଇଛି ନୀରବତା । ତେବେ ଏକଜିଟ ପୋଲ୍‌ ଆକଳନରେ କିଛିଟା ଏପଟ ସେପଟ ହୋଇପାରେ, ହେଲେ ବିଜେପି ଏଥର ନିଶ୍ଚୟ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି, “ଏକଜିଟ୍‌ ପୋଲ ହେଉଛି ଏକ ଅନୁମାନ, ଏଥିରେ ସାମାନ୍ୟ ଏପଟ ସେପଟ ହୋଇପାରେ । ହେଲେ ଓଡିଶାରେ ଲୋକେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ୩ ନମ୍ବର ଦଳରୁ ୨ ନମ୍ବର କରିଥିଲେ । ଏଥର ଆମେ ୧ ନମ୍ବର ହେବୁ, ଓଡିଶାବାସୀଙ୍କ ସେବା ପାଇଁ ସୁଯୋଗ ପାଇବୁ । ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ଓଡ଼ିଶାର ୯୯ ପ୍ରତିଶତ ଜନସାଧାରଣଙ୍କର ଆଶା ଓ ବିଶ୍ବାସ ମୋଦିଙ୍କ ଉପରେ ଓ ବିଜେପି ଉପରେ ଅଛି । ଲୋକମାନେ ଆଶୀର୍ବାଦ ଦେଇଛନ୍ତି, ଆମେ ଏକ ନମ୍ବର ହେବୁ ।

By SonaliP

Leave a Reply

Your email address will not be published. Required fields are marked *