ଚଳିତବର୍ଷ ସାଧାରଣ ନିର୍ବାଚନର ଗଣତି କାଲି ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି । ଏହିସମୟରେ କିନ୍ତୁ ଏହାରି ଭିତରେ ପୁଲିସ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ ଆଇନଶୃଙ୍ଖଳା ପରିସ୍ଥିତି । ବିଭିନ୍ନ ପର୍ଯ୍ୟାୟରେ ମତଦାନ ବେଳେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି ।

ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ବିନା ହେବ ନାହିଁ |ବାଣ ଟ୍ରାଜେଡି ଓ ବାରଂବାର ବିଭିନ୍ନ ସ୍ଥାନରେ ହୋଇଥିବା ନିର୍ବାଚିତ ହିଂସାକୁ ଦୃଷ୍ଟିରେ ରଖି ବିନା ଅନୁମତିରେ ଶୋଭାଯାତ୍ରା କରିପାରିବ ନାହିଁ ବୋଲି ପୁଲିସ ଡିଜି ଅରୁଣ ଷଡଙ୍ଗୀ । ତେବେ ଫଳାଫଳ ଆସିବା ପରେ କୌଣସି ପ୍ରକାର ଡିଜେ ବଜାଇବା ଓ ବାଣ ଫୁଟାଇବାକୁ ବାରଣ କରାଯାଇଛି। ତେବେ ନିୟମ ନ ମାନିଲେ କଡ଼ା କାର୍ଯାନୁଷ୍ଠାନ ନିଆଯିବ।

ସେହିପରି ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଏଥର ମାଓ ଅଞ୍ଚଳରେ ବିନା ହିଂସାରେ ନିର୍ବାଚନ କରାଯାଇପାରିଛି | ପ୍ରତି ଥର ନିର୍ବାଚନ ବେଳେ ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ଘଟୁଥିବା ହିଂସାକୁ ନଜରରେ ରଖି ଆମେ ଏଥର ସେଠାରେ ସ୍ୱତନ୍ତ୍ର ଯୋଜନା କରିଥିଲୁ | ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ନିର୍ବାଚନ ତାରିଖ ଘୋଷଣା ୪ ମାସ ପୂର୍ବରୁ ଆମେ ସେଠାରେ ଅପରେସନ ଆରମ୍ଭ କରିଥିଲୁ | ଏହା ଫଳରେ କିଛି ମାଓବାଦୀଙ୍କୁ ଗିରଫ କରିଥିଲୁ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ | ଏହା ଦ୍ଵାରା ସେଠାରେ ମାଓବାଦୀଙ୍କୁ ଆଉ ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ କୌଣସି ସୁଯୋଗ ହିଁ ମିଳି ନ ଥିଲା |

ଆମର ସ୍ୱତନ୍ତ୍ର ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ରାଜ୍ୟ ପୁଲିସ ଗୁଇନ୍ଦା ଠାରୁ ଖବର ନେଇ ମାଓବାଦୀଙ୍କ ପ୍ରତିଟି ଗତିବିଧି ଯୋଜନା ଉପରେ ନଜର ରଖିଥିଲେ | ଏମିତିକି ନିର୍ବାଚନ ବେଳେ ମଧ୍ୟ ପ୍ରତି ବୁଥ ଉପରେ ରାଜ୍ୟ ପୁଲିସର ଗୁଇନ୍ଦା ନଜର ରଖୁଥିଲା | ଯେଉଁ ସବୁ ଜାଗାରେ କିଛି ହିଂସାକାଣ୍ଡ ଘଟିଛି ସେଗୁଡିକ ଉପରେ ପୁଲିସ କୁଇକ୍ ଆକ୍ସନ ନେଇଛି ଓ ତଦନ୍ତ ଜାରି ରହିଛି |

Leave a Reply

Your email address will not be published. Required fields are marked *