ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ବରିଷ୍ଠ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କର ବିୟୋଗରେ ଓଡ଼ିଶାର କଳା, ସଂସ୍କୃତି ଓ ସଙ୍ଗୀତ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଦଶନ୍ଧି ଦଶନ୍ଧି ଧରି ନିଜର ମଧୁର ଓ ଭାବପୂର୍ଣ୍ଣ କଣ୍ଠସ୍ୱରରେ ଲକ୍ଷ ଲକ୍ଷ ସଙ୍ଗୀତପ୍ରେମୀଙ୍କ ହୃଦୟ ଜିତିଥିବା ପ୍ରଣବ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର, ଭଜନ, ଓଡ଼ିଶୀ ଓ ଆଧୁନିକ ଗୀତରେ ନିଜର ଅନନ୍ୟ ଛାପ ଛାଡ଼ିଯାଇଛନ୍ତି। ସଙ୍ଗୀତ ସାଧନା ପାଇଁ ସେ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ନିଜର ଅମୃତ କଣ୍ଠରେ ଅନେକ କାଳଜୟୀ ଗୀତ ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି।

ତାଙ୍କର କିମ୍ବଦନ୍ତୀ ସଙ୍ଗୀତ ଗୁଡ଼ିକ ମଧ୍ୟରେ “ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର”, “ମନ ମାନେନା”, “ସୀତା ରାମ ନାମ”, “ଆଉ ଛୁଆଁନା ଛୁଆଁନା” ଏବଂ “ତୁମେ ଜାଣନା କି ମୁଁ ଜାଣନା” ଭଳି କାଳଜୟୀ ଗୀତଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ । ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ୨୦୧୬ ରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *