ଭଦ୍ରକ; ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ଚୁଡାକୁଟି ପଞ୍ଚାୟତ ରାଲିରେ ଜୋର ଜବରଦସ୍ତ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି କିଛି ଦୁବୃର୍ତ୍ତ । ସୂଚନା ଅନୁସାରେ ଧାମନଗରରେ ବିଜେପିର ବିକଶିତ ଭାରତ ସଙ୍କଳ୍ପ ରଥ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଅତର୍କିତ ଭାବରେ ବସର କାଚ ବାଡ଼େଇ ଭାଙ୍ଗିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟାନରକୁ ଚିରି ଦେଇଛନ୍ତି କିଛି ଦୁବୃର୍ତ୍ତ ।

ଏହି କାର୍ଯ୍ୟକ୍ରମରେ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ମଧ୍ୟ ଉପସ୍ଥିତ ଥିଲେ । ସେ ଏହି ଘଟଣାକୁ ନିନ୍ଦା କରିବା ସହ ନରେନ୍ଦ୍ର ମୋଦିଙ୍କ ବିକାଶକୁ ଶାସକ ଦଳ ସହି ପାରୁନି ଏବଂ ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ କରିଛନ୍ତି । ତେବେ ଏହି ମାମଲାରେ ୨ ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *