ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ

ସମ୍ବଲପୁର: ସମ୍ବଲପୁର ସହରରେ ଆଜି ସଂଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ସ୍କୁଲ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଜଣକ ସ୍କୁଟିରେ ଯାଉଥିଲା ବେଳେ ଟାଉନ୍‌ ଥାନା ଅଧୀନ ମୁଦିପଡ଼ା ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍‌ଟି ତାଙ୍କୁ ଧକ୍କା ଦେଇ କିଛି ଦୂର ଘୋଷଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଜନତା ବସ୍‌କୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଠିକଣା ସମୟରେ ପହଂଚିଯିବାରୁ ଏହା ବିଫଳ ହୋଇଥିଲା। ପ୍ରବଳ ପଥରମାଡ଼, ପାଟିତୁଣ୍ଡ ମଧ୍ୟରେ ପୁଲିସ କୌଣସିମତେ ଉତ୍ତ୍ୟକ୍ତ ଜନତାଙ୍କ ଘେରରୁ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉଦ୍ଧାର କରି ସହର ବାହାରକୁ ନେଇଯାଇଥିଲା। କ୍ରମଶଃ ଭିନ୍ନମୋଡ଼ ନେଉଥିବା ଉତ୍ତେଜନା ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଗଣ୍ଡଗୋଳ ସହ ସଂପୃକ୍ତ କିଛି ଯୁବକଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଥିବା ଜଣାପଡ଼ିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *