ଭୁବନେଶ୍ୱର : ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ଶାହଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଉଭୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ନିର୍ବାଚନ ଆୟୋଗ ଓ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ୪ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବଧାନସଭା ଆସନରେ ଜାରି ରହିଛି ମତଦାନ । ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ନିର୍ବାଚନ ଆୟୋଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାରି ମଧ୍ୟରେ ବିଭିନ୍ନ ବୁଥରେ ନିୟୋଜିତ ପୋଲିଂ ଅଧିକାରୀଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି ନିର୍ବାଚନ ଅଧିକାରୀ । କୌଣସି ପରିସ୍ଥିତିରେ ପୋଲିଂ ଅଧିକାରୀ କାର୍ଯ୍ୟରେ ଅବହେଳା କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

By SonaliP

Leave a Reply

Your email address will not be published. Required fields are marked *