ବାଲେଶ୍ୱର ଜିଲ୍ଲା ସୋର ଷ୍ଟେଶନରେ ଆଜି ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନଟି ତାଳଚେରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନ ଠାରେ ନିଆଁ ଲାଗିଥିବାର ଗାର୍ଡ ଦେଖିଥିଲେ । ଏହାପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଟ୍ରେନଟିକୁ ଅଟକାଇ ସୋର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଉଦ୍ୟମ ଜାରି ରହିଛି। ନିଆଁ ଲିଭାଇବା ପରେ ଟ୍ରେନ୍‌ ଗନ୍ତବ୍ୟସ୍ଥଳକୁ ଗତି କରିବ ବୋଲି ସୂଚନା।

Leave a Reply

Your email address will not be published. Required fields are marked *