He was found at the crime scene

 

ଏକ ତରଫା ପ୍ରେମର କରୁଣ ପରିଣତି ବିଚ୍‌ ରାସ୍ତାରେ ପ୍ରେମିକାଙ୍କ ତଣ୍ଟି କାଟିଦେଲେ ପ୍ରେମିକ। ପ୍ରେମିକାଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ବି କରିଛନ୍ତି ପ୍ରେମିକ ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ ଗୁରୁସାହିରେ। ଗୁରୁତର ଯୁବତୀ ହେଲେ ଗୁରୁସାହିର ବଂଶୀ କାରିଗରଙ୍କ ଝିଅ ଜହ୍ନ କାରିଗର।

ସୂଚନା ଅନୁଯାୟୀ, ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ଦୁଇ ବର୍ଷ ତଳେ ଦେବଗଡ଼ ଟାଉନ୍‌ର ଏହି ଯୁବତୀଙ୍କ ସହିତ ତାଙ୍କର ଫେସ୍‌ବୁକ୍‌ରେ ଦେଖା ସାକ୍ଷାତ ହୋଇଥିଲା। ପ୍ରଥମେ ଚାଟିଂ, ତା’ପରେ କଥାବାର୍ତ୍ତା। ଏହି କଥାବାର୍ତ୍ତା ଭିତରେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ସୀମାଞ୍ଚଳ। ଆଉ ସମୟ ସୁବିଧା ଦେଖି ପ୍ରପୋଜ ମଧ୍ୟ କରିଥିଲେ । ମାତ୍ର ଏଥିରେ ରାଜି ହେଉନଥିଲେ ଯୁବତୀ। ଯେଉଁଥିପାଇଁ ସୀମାଞ୍ଚଳ ଏଭଳି ଜଘନ୍ୟ କାଣ୍ଡ ଘଟାଇ ଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୀମାଞ୍ଚଳଙ୍କ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଯୁବତୀଙ୍କ ଚିକିତ୍ସା ଚାଲିଛି। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରେମ-ଜନିତ କାରଣରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।

 

By SonaliP

Leave a Reply

Your email address will not be published. Required fields are marked *