ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱରରେ କରିବେ ରୋଡ ସୋ। ଏଥି ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ। ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ ଏହି ରାସ୍ତାରେ ବନ୍ଦ ରହିବ। ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ରୋଡ୍ ସୋ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ୫୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଟେକ୍ନିକାଲ ୟୁନିଟ୍ ଜଗିବେ। ଏହାସହ ୧୦ ଅତିରିକ୍ତ ଡିସିପି, ୪୧ ଇନ୍ସପେକ୍ଟର, ୧୮୦ SI ମୁତୟନ ରହିବେ। ରୋଡ ସୋ ପରେ ଆଜି ରାଜଭବନରେ ରାତ୍ରୀଯାପନ ପରେ କାଲି ୩ ଜିଲ୍ଲା ଯିବେ ମୋଦି। ଆସନ୍ତା କାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

By Nirvay

Leave a Reply

Your email address will not be published. Required fields are marked *