ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ ହୋଇଛନ୍ତି ଓଡ଼ିଶାର ଦୁଇ ପୁଅ । ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବରଗଡ଼ ଜିଲ୍ଲାର ୮୫ ବର୍ଷୀୟ ଭାଗବତ ପ୍ରଧାନ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ କରିବା ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଶିଷ୍ୟଙ୍କୁ ଏହି କଳା ଶିଖାଇଛନ୍ତି। ସେହିପରି ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣା ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ଅଭିନେତ୍ରୀ ବୈଜୟନ୍ତୀମାଲା ବାଲି ଏବଂ ଅଭିନେତା କୋନିଡେଲା ଚିରଞ୍ଜୀବୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।  କୃଷି କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବରର କୃଷକ କେ ଚେଲ୍ଲାମାଲ, କ୍ରୀଡ଼ା କ୍ଷେତ୍ରରେ ଜୋଶନା ଚିନାପ୍ପା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ସୋମ ଦତ୍ତ ବାଟ୍ଟୁ, କୃଷି କ୍ଷେତ୍ରରେ ସତ୍ୟନାରାୟଣ ବେଲାରୀ ଏବଂ କଳା କ୍ଷେତ୍ରରେ ଜୋର୍ଡାନ ଲେପ୍ଚାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ ଏମ ଫାତିମା ବିଭିଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

By SonaliP

Leave a Reply

Your email address will not be published. Required fields are marked *