ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗର ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଲାଇନ୍‌ଚ୍ୟୁତ ବଗିର ଥିବା ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ମୁତାବକ, କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଆହତ ଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ଦାର୍ଜିଲିଂ ଜିଲାର ଫାନସିଦଓ୍ବୋ ଅଞ୍ଚଳରେ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ଖବର ଶୁଣି ମୁଁ ସ୍ତବ୍ଧ ହୋଇଗଲି। ସହାୟତା ପାଇଁ ଘଟଣାସ୍ଥଳକୁ ଡିଏମ୍‌, ଏସ୍‌ପି, ଡାକ୍ତର, ଆମ୍ବୁଲାନ୍ସ ଏବଂ ବିପର୍ଯ୍ୟୟ ଦଳକୁ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *