ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ ୫ ତାରିଖ ରାତି ପ୍ରାୟ ୮ ଟା ୨୨ ଟାରେ ବାହାରିଥିବା ବେଳେ ସଠିକ ସମୟରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବେରୀ ବୁଚ ଗୁରୁବାର ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି । ତେବେ ସଫଳତା ପରେ ସେ ଖୁସିରେ ନାଚୁଥିବା ନଜର ଆସିଛନ୍ତି । ତେବେ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ଉଡାଣ କ୍ଷମତା(ମାନୁଆଲ ପାଇଲଟିଂ) ର ପରୀକ୍ଷଣ ମଧ୍ୟ କରିଥିଲେ । ଏଭଳି ସଫଳ କରିବାରେ ପ୍ରଥମ ମହିଳା ହେଉଛନ୍ତି ସୁନୀତା ୱିଲିୟମ୍ସ ।

 

ସୂଚନାନୁସାରେ,ୱିଲିୟମ୍ସ ପୂର୍ବରୁ ଭଗବାନ ଗଣେଶ ଏବଂ ଭଗବଦ ଗୀତା ମହାକାଶକୁ ନେଇଛନ୍ତି। ବର୍ତ୍ତମାନ ଏହା ହେଉଛି ତାଙ୍କର ତୃତୀୟ ମହାକାଶ ଯାତ୍ରା। ସେ ସ୍ପେସ ଷ୍ଟେଶନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଢଙ୍ଗରେ ଏହାର ସେଲିବ୍ରେଶନ କରିଥିଲେ। ସେ ମହାକାଶରେ ପହଞ୍ଚିବା ମାତ୍ରେ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ପୂର୍ବରୁ ଚାଲିଆସୁଥିବା ପ୍ରଥା ଅନୁସାରେ, ସୁନୀତା ଏବଂ ବୁଚଙ୍କୁ ଉଭୟଙ୍କୁ ଘଣ୍ଟି ବଜାୟୀ ସ୍ୱାଗତ କରାଯାଥିଲା ।

 

By SonaliP

Leave a Reply

Your email address will not be published. Required fields are marked *