ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ମୃତ୍ୟୁ ଘଟିଛି । ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି କରିଛି। ରବିବାର ଦିନ ନିଖୋଜ ଥିବା ହେଲିକପ୍ଟରକୁ ଠାବ କରିଛି ଇରାନ ସେନା। ଦୁର୍ଘଟଣା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ହେଲିକପ୍ଟରର କିଛି ଭଗ୍ନାବିଶେଷ ମିଳିଥିବା ଗଣମାଧ୍ୟମରେ ଦାବି କରାଯାଇଛି।

ରବିବାର ଭାରତୀୟ ସମୟ ଅନୁସାରେ ଦିନ ୩ଟା ସମୟ ପାଖାପାଖି ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଆଜରାବୈଜାନରୁ ଫେରୁଥିବାବେଳେ ତାଙ୍କ ହେଲିକାପ୍ଟର ପୂର୍ବ ଆଜରାବୈଜାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ସହ ଆଉ ୨ଟି ହେଲିକପ୍ଟର ଥିବାବେଳେ ସେଗୁଡିକ ଫେରିଆସିଥିଲା । କିନ୍ତୁ ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଖୋଜ ହୋଇଯାଇଥିଲା । ହେଲିକପ୍ଟର କିମ୍ବା ରାଷ୍ଟ୍ରପତି ଓ ଅନ୍ୟ ଅଧିକାରୀଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନଥିଲା। ଏହି ସମୟରେ ହେଲିକପ୍ଟରରେ ରାଷ୍ଟ୍ରପତି ରଇସି, ବିଦେଶ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ। ନିଖୋଜ ଥିବା ହେଲିକପ୍ଟରକୁ ଠାବ କରିଛି ଇରାନ ସେନା। ଦୁର୍ଘଟଣା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *