ମେ’ ୨୦ରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା । ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (AIOCD) ପକ୍ଷରୁ ଅନ୍‌ଲାଇନ୍‌ ମେଡିସିନ୍‌ ବିକ୍ରିକୁ ବିରୋଧ କରି ଚଳିତ ମାସ ୨୦ ତାରିଖରେ ସାରା ଦେଶରେ ଔଷଧ ଦୋକାନ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଛନ୍ତି ଓଡ଼ିଶା ସରକାର । ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହ ଜୀବନରକ୍ଷାକାରୀ ଔଷଧର ଅଭାବ ନହେବା ପାଇଁ ହସ୍ପିଟାଲ୍‌ରେ ମେଡିକାଲ୍‌ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

 

Leave a Reply

Your email address will not be published. Required fields are marked *