ଚଳିତ ବର୍ଷ ଓଡିଶାର ଅନେକ ଜିଲ୍ଲାରେ ଦେଖାଯାଇଛି ବନ୍ଯା ସମସ୍ୟା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସରକାର । କଂଗ୍ରେସ କହିଛି ସରକାରଙ୍କ ବିଫଳ ବନ୍ଯାମୁକାବିଲା ନୀତି ପାଇଁ ଆଜି ଅନେକ ଲୋକ ହୋଇଛନ୍ତି ବାସଚ୍ଯୁତ ଅନେକଙ୍କ ଘରେ ଜଳିନି ଚୁଲି। ଆଜି ମଧ୍ଯ ଅନେକ ଗାଁ ଜଳପ୍ଲାବିତ ଅବସ୍ଥାରେ ରହିଥିବା ବେଳେ ସରକାର କିମ୍ବା ପ୍ରଶାସନ ତାଙ୍କ ନିକଟକୁ ପହଞ୍ଚିବାରେ ବିଫଳ ହୋଇଛି। ତଥାପି ଅନେକ ଲୋକ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି। ଏହି ସମୟରେ କଂଗ୍ରେସ ଦଳ ସାଜିଛି ବନ୍ଯା ପୀଡିତଙ୍କ ସାହାରା। ଦଳ ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ ରାଜ୍ଯର ଅନେକ ବନ୍ୟାଞ୍ଚଳକୁ ରିଲିଫ୍ ସାମଗ୍ରୀ ପଠାଯିବାର ବ୍ଯବସ୍ଥା କରାଯାଇଥିବା ବେଳେ ଆଜି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ରିଲିଫ୍ ବଣ୍ଟନ କରାଯାଇଥିଲା। ଏହି ରିଲିଫ୍ ବଣ୍ଟନରେ ଏଆଇସିସିର ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ସ୍ଥାନୀୟ ବିଧାୟକ ତଥା ରିଲିଫ କମିଟି ଅଧ୍ୟକ୍ଷ ଅଶୋକ ଦାସ ବନ୍ଯା ବିପନ୍ନଙ୍କୁ ରିଲିଫ ବଣ୍ଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଭକ୍ତ ଦାସ କହିଛନ୍ତି ଯେ ସରକାର ବନ୍ଯା ନିୟନ୍ତ୍ରଣରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ନଦୀ ଉପରମୁଣ୍ଡରେ ଭୀଷଣ ବର୍ଷାର ସୂଚନା ମିଳୁଥିବା ସତ୍ୱେ ଲୋକଙ୍କୁ ଆଗୁଆ ସତର୍କ କରି ପାରିଥାନ୍ତେ, କିନ୍ତୁ ଲୋକଙ୍କୁ ଦୁର୍ବିସହ ଅବସ୍ଥାରେ ରହିବାକୁ ଛାଡିଦେଇଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ । ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ବେଳେ ପ୍ରଶାସନ ଏପର୍ଯ୍ୟନ୍ତ ସେହି ସ୍ଥାନକୁ ପହଞ୍ଚି ନାହାନ୍ତି କି ଖଣ୍ଡେ ପାଲ ମଧ୍ଯ ତାଙ୍କୁ ଦେଇନାହାନ୍ତି। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅନନ୍ତ ନାରାୟଣ ସେଠୀ, ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, କଂଗ୍ରେସ ନେତା ଅସିତ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ରିଲିଫ କାର୍ଯ୍ୟକ୍ରମ ତଦାରଖ କରିବା ସହ ବିପନ୍ନ ଜନତାଙ୍କ ଦୁଃଖ ଓ ସମସ୍ୟା ବିଷୟରେ ବୁଝିଥିଲେ । Post navigation Textbook Error Row: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ମଶାଲ ଶୋଭାଯାତ୍ରା