ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। JPSC (Jharkhand Public Service Commission) ପରୀକ୍ଷା ବାତିଲ ସହ ଏହାର ସିବିଆଇ (CBI) ତଦନ୍ତ ଦାବିରେ ଛାତ୍ରଛାତ୍ରୀମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି। ବିଗତ ୧୭ ଦିନ ହେଲାଣି ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ରାସ୍ତାରେ ବସି ରହିଥିବା ବେଳେ ଆଜି ସେମାନେ ବିଧାନସଭା ଘେରିବାକୁ ଯୋଜନା କରିଛନ୍ତି। ଗତକାଲି ସରକାରଙ୍କ ସହ ଛାତ୍ର ପ୍ରତିନିଧିଙ୍କ ଆଲୋଚନା ହୋଇଥିଲା, ମାତ୍ର ଏହି ଆଲୋଚନା ବିଫଳ ହେବା ପରେ ଛାତ୍ରଛାତ୍ରୀମାନେ ବିଧାନସଭା ଘେରାଉ କରିବାକୁ ଆଗେଇ ଆସିଛନ୍ତି। ଅନ୍ୟପଟେ ଏଭଳି ନ କରିବାକୁ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅପିଲ କରାଯାଇଛି। ଏହା ସହିତ ଯଦି ଆନ୍ଦୋଳନ ସମୟରେ କୌଣସି ପ୍ରକାରର ହିଂସାକାଣ୍ଡ ଘଟେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସଂପୃକ୍ତ ସମ୍ବେଦନଶୀଳ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୬୩ ଲାଗୁ କରାଯାଇଛି। Post navigation Odisha Flood: ରାଜ୍ୟରେ ବନ୍ୟା ପୀଡିତଙ୍କ ସାହାରା ସାଜିଲା କଂଗ୍ରେସ ISKCON’s Adinia Snana Jatra at California: କାଲିଫର୍ଣ୍ଣିଆରେ ଅଦିନିଆ ସ୍ନାନଯାତ୍ରା