ଭାରତୀୟ ସିନେମା ଜଗତର ଅନ୍ୟତମ ବରିଷ୍ଠ ତଥା ନିପୁଣ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୋଆସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କର ବିୟୋଗରେ ସମଗ୍ର ସିନେମା ଜଗତ, ରାଜନୈତିକ ବ୍ୟକ୍ତିବିଶେଷ ଏବଂ ଦେଶସାରା ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ଏହାରି ମଧ୍ୟରେ ନାନା ପାଟେକରଙ୍କ ଦେହାନ୍ତରେ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ ପ୍ରକାଶ କରିଛନ୍ତି ଯେ, ସ୍ୱର୍ଗତଃ ପାଟେକରଙ୍କ ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅନ୍ତ ଘଟିଛି। ତାଙ୍କର ଜୀବନ୍ତ ଅଭିନୟ, ଦମଦାର୍ ସଂଳାପ ପରିବେଷଣ ଏବଂ ସାମାଜିକ ଅଙ୍ଗୀକାରବଦ୍ଧତା ସଦାସର୍ବଦା ଚିରସ୍ମରଣୀୟ ହୋଇରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରି ସେ କହିଛନ୍ତି ଜଣେ ଯୁଗଜନ୍ମା କଳାକାର ଭାବେ ଅନେକ ଚଳଚ୍ଚିତ୍ରରେ ନିପୁଣ ଅଭିନୟ କରି ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ କରିବା ସହ ଅନେକ ସୁନାମ ଅର୍ଜନ କରିଥିଲେ। ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ ଭଳି ୩ ବର୍ଗରେ ପୁରସ୍କାର ଜିତି ଏକମାତ୍ର ଭାରତୀୟ ଅଭିନେତା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ଜୀବନ୍ତ ଅଭିନୟ ଓ ଶକ୍ତିଶାଳୀ ସଂଳାପ ପରିବେଷଣ ମାଧ୍ୟମରେ ନାନା ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଯାହା ଚିରସ୍ମରଣୀୟ ହୋଇରହିବ। ବଲିଉଡ୍ରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଏକ ଖୋରାକ୍ ଯୋଗାଇଥିଲା ତାଙ୍କ ଅଭିନୟ। ସ୍ୱର୍ଗତଃ ପାଟେକରଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି । Post navigation GST Council Scraps Arrest Powers of Tax Officers; Raises Prosecution Threshold to ₹5 Crore