ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଦିଗପହଣ୍ଡିର ବିଦ୍ରୋହୀ ବିଜେଡି ନେତା ବିପିନ ପ୍ରଧାନ ଆଜି ପଦ୍ମ ଧରି ପାରନ୍ତି ।

ଗତ ୩୩ ବର୍ଷ ଧରି ବିଜେଡି ସହ ତୃଣମୂଳ ସ୍ତରରେ ଜଡ଼ିତ ଥିବା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନ ନିକଟରେ ଦଳରୁ ବହିଷ୍କୃତ ହୋଇଥିଲେ । ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ବିପିନ ପ୍ରଧାନଙ୍କ ପ୍ରାର୍ଥୀ ବିଧାୟକ ପ୍ରାର୍ଥୀତ୍ବ ଆଶାୟୀ ବିପ୍ଳବ ପାତ୍ରଙ୍କ ପ୍ରାର୍ଥୀଙ୍କୁ ପରାସ୍ତ କରି ଗଞ୍ଜାମ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ ।

ଯଦି ବିପିନ ଦିଗପହଣ୍ଡିରୁ ବିଜେପି ଟିକେଟରେ ଲଢ଼ନ୍ତି, ତେବେ ବିପ୍ଳବ ପାତ୍ରଙ୍କ ପାଇଁ ଏଠାରୁ ଜିତିବା କଷ୍ଟକର ହୋଇପାରେ।

ସିଦ୍ଧାନ୍ତ ୨୦୦୯-୨୦୧୪ ଓ ୨୦୧୪-୨୦୧୯ ରେ ବ୍ରହ୍ମପୁରରୁ ବିଜେଡି ସାଂସଦ ଥିଲେ । ସେ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ଗତ କିଛି ମାସ ମଧ୍ୟରେ ନିଜର ଗତିବିଧି ବଢ଼ାଇ ଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *