ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ଧରି ଚାଲୁଥିବା ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେଇ ଗଜପତି ମହାରାଜା କଲେ ଯଜ୍ଞର ସମାପ୍ତି । ସେଥିପାଇଁ ଶ୍ରୀକ୍ଷେତ୍ରରେ ଖେଳି ଯାଇଛି ଭକ୍ତିମୟ ପରିବେଶ । କିନ୍ତୁ ସ୍ବାମୀ ଶଙ୍କରାଚାର୍ଯ୍ୟଙ୍କ ଯୋଗ ନଦେବା ଏହି ଦିନରେ ଏବେ ଚର୍ଚ୍ଚାର ଘଟଣା। କାହିଁକି ଆସିଲେନି ଶଙ୍କରାଚାର୍ଯ୍ୟ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିମନ୍ତ୍ରଣ କରିବାକୁ ଯାଇଥିଲେ।

ଗୋବର୍ଦ୍ଧନ ପୀଠ ତରଫରୁ ଆସିଥିବା ସ୍ପଷ୍ଟୀକରଣ ଅନୁଯାୟୀ ଶଙ୍କରାଚାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ଗଙ୍ଗାସାଗରରେ ଥିଲେ ଓ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ପାରିନଥିଲେ । ତାରିଖ ନିର୍ଦ୍ଧାରିତ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇନଥିଲା ବୋଲି ଖବର ଆସିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *