ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରୁ ଅଧିକ ୧୦ ଲକ୍ଷ ଟନ ଉଷୁନା ଚାଉଳ ନେବାକୁ ଅନୁରୋଧ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ,FCIକୁ ନିର୍ଦ୍ଦେଶ ଦେବାକୁ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ଏଥର ରାଜ୍ୟରୁ ୭୯ ଲକ୍ଷ ଟନ୍ ଖରିଫ ଚାଉଳ ସଂଗ୍ରହ ଆକଳନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୪୪.୨୮ ଲକ୍ଷ ଟନ୍ ଚାଉଳ କିଣିବା ଲକ୍ଷ୍ୟ ରହିଥିବାବେଳେ,
ରାଜ୍ୟର ନିଜସ୍ବ ଆବଶ୍ୟକତା ପୂରଣ ପରେ ବି ଉଷୁନା ଚାଉଳ ବଳିବ ବୋଲି ଆକଳନ କରାଯାଉଛି। ଖବର ଅନୁଯାୟୀ, ଓଡ଼ିଶା ଚାଷୀଙ୍କ ଜୀବନଜୀବିକାର ସୁରକ୍ଷା ଦୃଷ୍ଟିରୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଧାନ ଉତ୍ପାଦନ କରିବାରେ ଓଡ଼ିଶା ହେଉଛି ଚତୁର୍ଥ ବୃହତମ ରାଜ୍ୟ । ଖରିଫ ବିପଣନ ଋତୁ ୨୦୨୩-୨୪ ରେ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି । ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବା କାରଣରୁ ରାଜ୍ୟରୁ ମୋଟ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ୍ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସାହାଯ୍ୟରେ ଓଡ଼ିଶାର ଲକ୍ଷାଧିକ ଚାଷୀମାନେ ଧାନ ସଂଗ୍ରହ ମାଧ୍ୟମରେ ଭଲ ଲାଭ ପାଇବା ନେଇ ଆଶା ରଖିଛନ୍ତି ।

ପୂର୍ବରୁ ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *