ଭୁବନେଶ୍ୱର : ମାଁ, ଭଉଣୀମାନଙ୍କୁ ସଶକ୍ତୀକରଣ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ଗ୍ୟାରେଂଟି ପ୍ରତି ସମଗ୍ର ଦେଶବାସୀ ଆସ୍ଥା ପ୍ରକଠ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାବାସୀ ମଧ୍ୟ ମୋଦି ଗ୍ୟାରେଂଟି ପ୍ରତି ଆସ୍ଥା ପ୍ରକଟ କରି ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ କରିବେ । ବିଜେଡି ଦୀର୍ଘ ୨୪ବର୍ଷ ଧରି ମା’ମାନଙ୍କୁ କେବଳ ‘ଭୋଟ ବ୍ୟାଙ୍କ’ ଭାବେ ବ୍ୟବହାର କରିଛି । ମହିଳା ସଶକ୍ତୀକରଣ ପାଇଁ କୈାଣସି କାର୍ଯ୍ୟ କରିନାହିଁ ବିଜେଡି । ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ବିତାଡିତ କରିବାରେ ରାଜ୍ୟର ମହିଳାମାନେ ମୁଖ୍ୟ ଭୁମିକା ନେବେ । ‘ଓଡ଼ିଶାରେ ସରକାର ପରିବର୍ତନର ନେତୃତ୍ୱ ନେବେ ମହିଳା’ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ‘ଶକ୍ତି ବନ୍ଦନ କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି ‘ରାଷ୍ଠ୍ରୀୟ ଗ୍ରାମୀଣ ଆଜିବୀକା ମିଶନ’ର ମହତ୍ୱ ଓ ଯୋଗଦାନ ସଂପର୍କରେ ମତ ବ୍ୟକ୍ତ କରିଥିଲେ । ମହିଳାମାନେ ବାସ୍ତବରେ ଶକ୍ତିଶାଳୀ ଓ ସ୍ୱାବଲମ୍ବୀ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଲକ୍ଷ୍ୟ ରଖିଛନ୍ତି । ଦେଶରେ ‘ସ୍ୱୟଂ ସହାୟକ ଗୋଷ୍ଠୀ’ ସଂଖ୍ୟା ୧୦କୋଟି ଟପିବାକୁ ବସିଲାଣି । ୨କୋଟି ଦିଦିଙ୍କୁ ‘ଲକ୍ଷପତି ଦିଦି’ କରିବା ସ୍ୱପ୍ନ ଦେଖିଛନ୍ତି ମୋଦିଜୀ । ମହିଳା ସଶକ୍ତୀକରଣ ପାଇଁ ଅନେକ କେନ୍ଦ୍ରୀୟ ଯୋଜନାର ସଫଳ ରୁପାୟନ କରିଛନ୍ତି ମୋଦିଜୀ । କିନ୍ତୁ ଓଡିଶାରେ ଏହାର ସଠିକ କ୍ରିୟାନ୍ୱୟନ ହୋଇପାରୁନାହିଁ । କେନ୍ଦ୍ରୀୟ ଯୋଜନାକୁ ଓଡିଶାରେ ‘ହାଇଜାକ୍‌’ କରାଯାଉଛି ।

ମହିଳା ସଶକ୍ତିକରଣ ପାଇଁ ଓଡିଶାକୁ ୮୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ସ୍ୱୟଂ ସହାୟକ ଗୋଷ୍ଠିକୁ ମିଳୁଥିବା ସଂପୂର୍ଣ୍ଣ ଋଣ ପରିମାଣ ସମେତ ସୁଧ ବାବଦରେ ୭ ପ୍ରତିଶତ ବି କେନ୍ଦ୍ର ସରକାର ବହନ କରୁଛନ୍ତି । ଅନ୍ୟ ପଟେ ମାତ୍ର ୪ ପ୍ରତିଶତ ସୁଧ ପରିମାଣକୁ ବହନ କରୁଥିବା ଓଡିଶା ସରକାର ‘ସବୁ ମୋର’ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସଡକ ନିର୍ମାଣ ପାଇଁ ସବୁଠୁ ଅଧିକ ଟଙ୍କା କେନ୍ଦ୍ର ଗ୍ରାମୀଣ ବିଭାଗରୁ ଆସୁଛି ।

ଗରୀବଙ୍କୁ ପକ୍କା ଘର ଯୋଗାଇ ଦେବା ସକାଶେ କେବଳ ଓଡିଶା ପାଇଁ ସବୁଠୁ ବେଶୀ ଦିନ ‘ପୋର୍ଟାଲ’ ଖୋଲାଯିବା ସତ୍ୱେ ରାଜ୍ୟ ସରକାର ତାଲିକା ଦେବାରେ ଅକ୍ଷମ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହି ପ୍ରତାରଣା କରାଯାଉଛି । ଓଡିଶାରେ ଡବଲ୍ ଇଞ୍ଜିନ ସରକାର ଗଠନ ହେଲେ ମୋଦି ଗ୍ୟାରେଂଟିର ସବୁ ସୁଫଳ ଓଡିଶାବାସୀଙ୍କୁ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି କହିଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ‘ଦିନଦୟାଲ ଅନ୍ତ୍ୟୋଦ୍ୱୟ ଯୋଜନା’, ‘ଜାତୀୟ ଗ୍ରାମୀଣ ଜୀବିକା ମିଶନ’ ଏବଂ ‘ଜାତୀୟ ସହରାଚଂଳ ଜୀବିକା ମିଶନ’ ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ସୁବିଧା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ସମୂହଙ୍କୁ ସଂଗଠିତ କରି ସେମାନଙ୍କୁ ସଶକ୍ତ କରିବାରେ ରାଜ୍ୟ ସରକାର ବିଫଳ ହୋଇଛି । ଓଡ଼ିଶାର ଶାସକ ବିଜୁ ଜନତା ଦଳ ମହିଳାମାନଙ୍କୁ ସଶକ୍ତ କରିବା ବଦଳରେ ରାଜନୀତିକ କ୍ରୀୟାକଳାପରେ ଅତ୍ୟଧିକ ସଂପୃକ୍ତ କରୁଛନ୍ତି ଏବଂ ସେଥି ପାଇଁ ଓଡିଶାର ମା’ମାନେ ରୋଜଗାରକ୍ଷମ ହୋଇପାରୁନାହାନ୍ତି ।

ମହିଳାଙ୍କ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଛି, ତାହାର ସୁଫଳ ମହିଳାମାନେ କିପରି ପାଇବେ ସେ ନେଇ “ଶକ୍ତି ବନ୍ଦନ କର୍ମଶାଳା” ଅନୁଷ୍ଠିତ ହେଉଛି ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ‘ଶକ୍ତି ବନ୍ଦନ କର୍ମଶାଳା’ର ରାଜ୍ୟ ଆବାହକ ଶ୍ରୀ ସମୀର ମହାନ୍ତି କହିଛନ୍ତି ।

‘ରାଷ୍ଠ୍ରୀୟ ସହରୀ ଆଜିବୀକା ମିଶନ ଏବଂ ସମ୍ଭାବନା’ ପ୍ରସଙ୍ଗରେ ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରିଥିଲେ ।

ଓଡିଶାରେ ମହିଳାମାନେ ଅସୁରକ୍ଷିତ । ମା’ମାନଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବାଧା ସୃଷ୍ଟି ନକରି କେନ୍ଦ୍ରୀୟ ଯୋଜନାର ସଫଳ କ୍ରିୟାନ୍ୱୟନ ପାଇଁ ସହଯୋଗ କରିବାକୁ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

ମହିଳାଙ୍କୁ ଆଗକୁ ବଢ଼ିବାର ପୂର୍ଣ୍ଣ ସମର୍ଥନ ଦେଉଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ମୋଦିଜୀ । ପ୍ରଧାନମନ୍ତ୍ରୀ ମୁଦ୍ରା, ଆବାସ, ଉଜ୍ୱଳା, ଶୌଚାଳୟ ଯୋଜନାରେ ମହିଳାମାନେ ସର୍ବାଧିକ ଲାଭାର୍ଥୀ ହୋଇଛନ୍ତି । ମହିଳାମାନେ ଆର୍ôଥକ ସ୍ୱାବଲମ୍ବୀ ହୋଇ ନିଜ ଘରକୁ ଚଳାଉଛନ୍ତି । ମୋଦି ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ଆର୍ôଥକ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି ।

ଓଡିଶାରେ ୨୪ବର୍ଷ ଧରି ଶାସନରେ ରହିବି ମୁଖ୍ୟମନ୍ତ୍ରୀ ନବୀନ ବାବୁ ମହିଳାଙ୍କ ବିକାଶ ପାଇଁ କୌଣସି ଯୋଜନା କିମ୍ବା କାର୍ଯ୍ୟ କରିନାହାନ୍ତି ବରଂ ଚଂଚକତା କରି ହଡପ୍ କରିବାର ଷଡଯନ୍ତ୍ର କରାଯାଉଛି । ଦେଶରେ ୧କୋଟି ଏବଂ ଓଡ଼ିଶାରେ ସାଢ଼େ ୫ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି । ସ୍ୱାବଲମ୍ବୀ ହେବାକୁ ଇଚ୍ଛୁକ ଥିବା ମା ଓ ଭଉଣୀମାନଙ୍କୁ ଟ୍ରେନିଂ ଦେବା ସହ ଋଣପ୍ରଦାନର ବ୍ୟବସ୍ଥା କରିଛନ୍ତି । ଉତ୍‌ପାଦିତ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ଉଭୟ ଅପଲାଇନ ଏବଂ ଅନଲାଇନ ମାର୍କେଟିଂର ବ୍ୟବସ୍ଥା କରାଇଛନ୍ତି । ବିଜେଡିର ପ୍ରଚାର ପ୍ରସାର ପାଇଁ ନୁହେଁ ବରଂ ମହିଳାମାନଙ୍କ ଆତ୍ମସମ୍ମାନ ରକ୍ଷା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ବୋଲି ବିଜେପି ରାଷ୍ଟ୍ରୀୟ ସଂପାଦିକା ଶ୍ରୀମତୀ ବିଜୟା ରାହତକର କହିଛନ୍ତି ।

କର୍ମଶାଳାର ଉଦଯାପନୀ ଅଭିଭାଷଣରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ମୋଦି ସରକାରଙ୍କ ପ୍ରତିବଦ୍ଧତା, ନିଷ୍ଠା ଏବଂ କାର୍ଯ୍ୟଶୈଳୀ ଉପରେ ମତ ରଖିଥିଲେ ।

ଆଜି ଅନୁଷ୍ଠିତ ହୋଇଥିବା ‘ଶକ୍ତି ବନ୍ଦନ କର୍ମଶାଳା’ର ଆଭିମୁଖ୍ୟ ଏବଂ ଏହାର ରୂପରେଖ ଓ କାର୍ଯ୍ୟପଦ୍ଧତି ପ୍ରସଙ୍ଗରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ ଆଲୋଚନା କରିଥିଲେ ।

‘ଶକ୍ତି ବନ୍ଦନ କର୍ମଶାଳା’ର ରାଜ୍ୟ ସଂଯୋଜିକା ତଥା ବରିଷ୍ଠ ନେତ୍ରୀ ସୀମନ୍ତିନୀ ଜେନା ଏହି କର୍ମଶାଳାର ପରିଚାଳନା କରିଥିଲେ ।

ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ ଥିବା ଏହି କର୍ମଶାଳାରେ ମହିଳା ମୋର୍ଚ୍ଚା ପ୍ରଭାରୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର, ସୁଶ୍ରୀ ସୁକେଶୀ ଓରାମ, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡା, ଶୋଭନା ମହାନ୍ତି, ସ୍ମୃତି ପଟ୍ଟନାୟକ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *