ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାର ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଉକ୍ତ ପରୀକ୍ଷାର୍ଥୀଙ୍କର ନାମ ହେଉଛି “ମାହାଲ ମାଣ୍ଡା”। ଏହା ସହ ତାଙ୍କ ବାପାଙ୍କ ନାମ ସ୍ଥାନରେ ରହିଛି ‘ମାହାଲ ମାଣ୍ଡା ପ୍ରୋ’। ଆଉ ତାଙ୍କ ଫଟୋଗ୍ରାଫ ସ୍ଥାନରେ ଏକ ଚଢେଇର ଫଟୋ ରହିଛି। ତେବେ ଏଭଳି ଏକ ବିଚିତ୍ର ଆଡମିଟ କାର୍ଡକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି।

 

ଗତକାଲି ବିଜେପି ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆୟୋଜିତ ଶକ୍ତି ବନ୍ଦନ କର୍ମଶାଳାରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ଦେବା ସମୟରେ କହିଛନ୍ତି ଯେ, ‘ଓଡ଼ିଶାରେ ଏବେ ମାହାଲ ମାଣ୍ଡା ମାନେ ମାତିଛନ୍ତି। ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତିରେ ଏ ମାହାଲ ମାଣ୍ଡା କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *