ଆଜି ଓଡ଼ିଶା ଗସ୍ତରେ ଆସି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭୁବନେଶ୍ୱରରେ ରଜ୍ୟର ଅଗ୍ରଣୀ ଖବରକାଗଜ, ଟିଭି ଚ୍ୟାନେଲ ଏବଂ ୱେବ୍ ମିଡିଆର ସମ୍ପାଦକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଏଡିଟର୍ସ ମିଟ୍‌ ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର “ନିର୍ଣ୍ଣାୟକ ନେତୃତ୍ୱ” ଏବଂ ବୈଦେଶିକ ସମ୍ପର୍କ ଏବଂ କୂଟନୀତି ଉପରେ ଭାରତ ନେଇଥିବା ନିଷ୍ପତ୍ତି ପାଇଁ ପ୍ରଶଂସା କରିଛନ୍ତି। ସଂପାଦକଙ୍କ ସଭାରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଜ୍ୟ ମୁଖପାତ୍ର ସର୍ଜ୍ଜନ ଶର୍ମା, ମିଡିଆ ସଂଯୋଜକ ସୁଜିତ ଦାସ ଏବଂ ବିଜେପି ନେତା ସୁଦୀପ୍ତା ରାୟ ଉପସ୍ଥିତ ଥିଲେ। ସଂପାଦକମାନେ ଭାରତର କୁଟନୈତିକ ନୀତି ବିଷୟରେ ପଚାରିଥିବାବେଳେ, କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ କିପରି ଭାରତୀୟ ବୈଦେଶିକ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଏକ ମହାନ ଶକ୍ତି ଭାବରେ ଭାରତ କିପରି ବିଶ୍ୱ ସ୍ତରରେ ପହଞ୍ଚିଛି ତାହା ଉପରେ ଆଲୋକପାତ କରିଛନ୍ତି।

କାନାଡାରେ ଖାଲିସ୍ତାନୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କାନାଡା ସହ ସମ୍ପର୍କକୁ ନେଇ ଜୟଶଙ୍କର କହିଛନ୍ତି ଯେ କାନରେ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ମତଭେଦ ରହିଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଦୃଢ ଭାବରେ ଏହି ସମୂହଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। କାନାଡ଼ାରେ ଅପରାଧ ଓ ଅପରାଧୀଙ୍କୁ ସୁଯୋଗ ଦିଆଯାଉଛି,ତା ସତ୍ତ୍ବେ ମଧ୍ୟ କାନାଡ଼ା ସରକାର ଭାରତକୁ ଦୋଷାରୋପ କରୁଛନ୍ତି ବୋଲି ସେ କହିଥିଲେ। ଏହାସହ ଚୀନ୍ ଓ ଭାରତ ମଧ୍ୟରେ ୬ଟି ଚୁକ୍ତି ହୋଇଛି, ପାଟ୍ରୋଲିଂକୁ ଗୁରୁତ୍ୱ ଦେଉଛୁ ବୋଲି କହିଥିଲେ। ତୁର୍କୀର ଭୂକମ୍ପ ସମୟରେ ଇଣ୍ଡିଆର କ୍ରିୟାଶୀଳତା ଓ ସହଯୋଗ ବିଷୟରେ ମଧ୍ୟ କହିଥିଲେ । “ପଡୋଶୀ ପ୍ରାଥମିକତା” ନୀତି ଅନୁଯାୟୀ ଆର୍ଥିକ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ସାହାଯ୍ୟ କରିଛି। ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ସମୟରେ କଲମ୍ବୋର ଇନ୍ଧନ ଏବଂ ଗ୍ୟାସ ଆବଶ୍ୟକତା ପୂରଣ କରିବାରେ ଭାରତ 4 ବିଲିୟନ ଡଲାରର ସହାୟତା କରିଥିବାର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଭାରତ ଏବଂ ଋଷର ଦୀର୍ଘ ଦିନର ସମ୍ପର୍କ ରହିଛି କିନ୍ତୁ ଋଷ-ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଶତ୍ରୁତାକୁ ବନ୍ଦ କରି ଶାନ୍ତି ଫେରାଇବାକୁ ଚେଷ୍ଟା କରିଛି। ଭାରତ ଯୁଦ୍ଧରତ ପାଲେଷ୍ଟାଇନକୁ ମାନବୀୟ ସହାୟତା ପଠାଇବା ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି । ଏହଶହ ଚିରଶତ୍ରୁ ପାକିସ୍ତାନ ସହ ମୁକାବିଲା ପାଇଁ ଭାରତର ଆଭିମୁଖ୍ୟ ତଥା ଏହାର ବିଶ୍ୱସ୍ତରୀୟ କୂଟନୈତିକ ରଣନୀତି ଉପରେ ଜୟଶଙ୍କର ଆଲୋକପାତ କରିଛନ୍ତି। ପାକିସ୍ତାନରେ ସୀମା ଉଲଂଘନ ହତ୍ୟାକାଣ୍ଡରେ ଭାରତର ଭୂମିକାକୁ ଅସ୍ୱୀକାର କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେ ଦେଶକୁ କାହିଁକି ବ୍ୟବହାର କରାଯାଉଛି ବୋଲି ପାକିସ୍ତାନ ଉତ୍ତର ଦେବା ଉଚିତ୍। ଏହାସହ ଚାଇନା ଅନୁପ୍ରବେଶ ବିଷୟରେ ମଧ୍ୟ ମତ ରଖିଛନ୍ତି। ଚାଇନା ଆକସାଇ ଚିନ୍ ଏବଂ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଭାରତ ସହ ନିଜର ସୀମା ବିବାଦକୁ ଅଧିକ ବୃଦ୍ଧି କରିଛି। କିନ୍ତୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚୀନ୍ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାକୁ ତୀବ୍ର ଉଦ୍ୟମ ଜାରି ରଖିଛି।

ଦକ୍ଷିଣ ଏସିଆରେ ଆଞ୍ଚଳିକ ସହଯୋଗ ପାଇଁ ଭାରତ-ନେପାଳ-ବାଂଲାଦେଶ ଶକ୍ତ କୂଟନୀତି ଏକ ବଡ଼ ପଦକ୍ଷେପ। ଭାରତ, ନେପାଳ ଏବଂ ବାଂଲାଦେଶ ଏକ ତ୍ରିପାକ୍ଷିକ ଶକ୍ତି ବାଣିଜ୍ୟ ଚୁକ୍ତିନାମା ଡ୍ରାଫ୍ଟ ଚୂଡାନ୍ତ କରି ବିଦ୍ୟୁତ୍ ପରିବହନ ନେଟୱାର୍କ ଏବଂ ପେଟ୍ରୋଲିୟମ ପାଇପଲାଇନରେ ଅଧିକ ଶକ୍ତି ସଂଯୋଗ ସ୍ଥାପନ କରିଛନ୍ତି। ଭାରତକୁ ଏକ ଉଟରଦାୟୀ ବିକାଶ ସହଯୋଗୀ,ପ୍ରଥମ ଉତ୍ତରଦାତା ଭାବରେ ଆର୍ଥିକ ସ୍ଥିରତା ତଥା ଆତଙ୍କବାଦ ବିରୋଧରେ ଲଢିବାରେ ସାହାଯ୍ୟ କରୁଥିବା ଦେଶ ଭାବରେ ବିବେଚନା କରାଯାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *