ଗୃହମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତନ କରାଯାଇଛି । ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୫ଟା ୩୦ରେ କଟକରେ ରୋଡ୍ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା । ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ ବକ୍ସିବଜାର ଦେଇ ରୋଡ୍‌ ସୋ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର ଦେଇ ଯିବ ।ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଅମିତ ଶାହାଙ୍କ କଟକ ସହ ଆସ୍କାର ସୋରଡା ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ରୋଡ୍‌ ସୋ’ । ରୋଡ୍‌ ସୋ’ରେ ଯୋଗ ଦେବେ ହଜାର ହଜାର ସମର୍ଥକ । ଶାନ୍ତି ଶୃଙ୍ଖଳା ନେଇ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ସୂଚନା ଅନୁସାରେ କାଲି ଦିନ ୧୨ଟା ୩୦ରେ ଅମିତ ଶାହା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ଗୋଟାଏ ୩୦ରେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ । ସେଠାରୁ କଟକ ଆସିବେ ଅମିତ ଶାହା । ସଂଧ୍ୟା ୫ଟା ୩୦ରେ କଟକରେ ରୋଡ୍ ସୋ’କରିବେ । ପୂର୍ବରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା ।

Leave a Reply

Your email address will not be published. Required fields are marked *