ନବୀନ ସରକାର ଥିବାବେଳେ ଭାରତୀୟ ଜନତା ପାର୍ଟିର ଏକ ବଡ଼ ଅଭିଯୋଗ ଥିଲା ମିଲର୍ସଙ୍କ ବିରୋଧରେ। ଯୋଗାଣ ବିଭାଗର ଅଧୁକାରୀ, ଦଲାଲ, ବିଜଦ ନେତା ଏବଂ ମିଲ୍ ମାଲିକଙ୍କ ମଧୁଚନ୍ଦ୍ରିକାରେ ଶୋଷିତ ହେଉଛନ୍ତି ଚାଷୀ । ମିଲ୍ ମାଲିକଙ୍କ ଯୋଗୁ ଚାଷୀ ଅଭାବୀ ଧାନ ବିକ୍ରି କରୁଛି । ଚାଷୀଙ୍କୁ ଧାନ ପରିବହନ, ସୁଡ଼ୁଛି ଓ ଅଖା ଖର୍ଚ ଦେଉନାହାନ୍ତି ମିଲ୍ ମାଲିକମାନେ। କିନ୍ତୁ ସରକାରକୁ ଆସିବା ପରେ ଏବେ ଭାଜପା ମିଲର୍ସଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଉଛି। ପ୍ରତିବଦଳରେ କେତେ କୋଟି ଟଙ୍କାର ଡିଲ୍ ହେବ, ତାହା ମଧ୍ୟ ସ୍ଥିର ହୋଇସାରିଲାଣି । ଗତ ସେପ୍ଟେମ୍ବର ମାସରେ ଅଲ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ (ଅରୋମା) ହଠାତ ଧାନପେଷା ମୂଲ୍ୟ ବଢ଼ାଇବା ପାଇଁ ଦାବି କଲେ। ପିଏମ୍ଜିରେ ଧାରଣା ମଧ୍ଯ ଦିଆଗଲା । ୨୦ ବର୍ଷ ହେଲା ଧାନପେଷା ଖର୍ଚ୍ଚ ବଢ଼ାଯାଇ ନାହିଁ । ଅନ୍ୟ ସବୁ ଖର୍ଚ୍ଚ ବଢ଼ିଗଲାଣି। ତେଣୁ ଆଉ ପୂର୍ବ କୁଇଣ୍ଟାଲ ପିଛା ଧାନପେଷା ଖର୍ଚ୍ଚ ୨୦ ଟଙ୍କା ପୋଷାଇବ ନାହିଁ । ପେଷାଖର୍ଚ୍ଚ ସଂଶୋଧନ କରାଯାଉ। ୨୪ ବର୍ଷର ନବୀନ ଶାସନ ସନ ଭିତରେ ମିଲ୍ ମାଲିକ ପାଲିକମାନେ କେବେ ସଂଶୋଧନ ସ୍ଥାଧନ ଦାବି କରି ନାହ ଚାହାନ୍ତି । ଧାରଣାରେ ବସି ନାହାନ୍ତି ଚାହାନ୍ତି । କିନ୍ତୁ ଭାଜପା ସରକାର ଆସିଲା ପରେ ସେମାନଙ୍କର ମନେପଡିଗଲା ଯେ ସବୁ ପ୍ରକାର ଖର୍ଚ୍ଚ ବଢ଼ିଯାଇଥିବାରୁ ପେଷା ଖର୍ଚ୍ଚ ମଧ୍ଯ ବଢ଼ୁ। ମଣିରୁ ମିଲ୍କୁ ଧାନ ନେବା ପାଇଁ କୁଇଣ୍ଟାଲ ପିଛା ୩୦ ଟଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଭରଣା କରିଆସୁଛନ୍ତି କେନ୍ଦ୍ର ସରକାର । ଅଖା ବସ୍ତା ପାଇଁ ମଧ୍ଯ ମିଲର୍ସଙ୍କୁ ଟଙ୍କା ମିଳିଥାଏ। କେନ୍ଦ୍ର ସରକାର ଚାରିଫ କମିଶନଙ୍କ ସୁପାରିସ ଅନୁସାରେ ଉସୁନା ଚାଉଳ ପାଇଁ କୁଇଣ୍ଟାଲ ପିଛା ୧୫ ଟଙ୍କା ଏବଂ ଅରୁଆ ଚାଉଳ ପାଇଁ ୨୫ ଟଙ୍କା ଲେଖାଏ ପେଷା ଖର୍ଚ୍ଚ ଦେଇଆସୁଛନ୍ତି । କେନ୍ଦ୍ର ଦେଉଥିବା ୨୦ ଟଙ୍କା ଉପରେ ମୋହନ ସରକାର ୧୦୦ ଟଙ୍କା ପେଷା ଖର୍ଚ୍ଚ ଦେବେ କି ? ଆସନ୍ତା ୨୧ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି । । ଭାଜପା କୃଷକ ମୋର୍ଚ୍ଚାର ନେତାମାନେ ମଣ୍ଡି ଜଗିବେ ବୋଲି ଘୋଷଣା ହୋଇସାରିଛି। ଯେଉଁମାନଙ୍କ ବିରୋଧରେ ଗତ କେତେ ବର୍ଷ ହେଲା ସାଂଘାତିକ ଅଭିଯୋଗ କରୁଥୁଲା ଭାଜପା, ସେହି ମିଲ୍ ମାଲିକଙ୍କୁ ଏବେ ବିପୁଳ ଟଙ୍କାର ଉପହାର କାହିଁକି ଦିଆଯିବ ? Post navigation ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୋଗାଣ ସହାୟକ ମହିଳା କମିଶନ ଅଧ୍ୟକ୍ଷ ପଦରୁ ହଟିଲେ ମିନତୀ ବେହେରା