ଓଡ଼ିଆ ସିନେମା ଜଗତ ପ୍ରେମୀ ଓ ଓଡ଼ିଆ ସିନେମା ଜଗତ ପାଇଁ ଏକ ଖୁସିର ଖବର। ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଐତିହାସିକ କଳିଙ୍ଗ ଷ୍ଟୁଡିଓରେ ପୁଣିଥରେ ଶୁଟିଂ ଲାଇଟ୍ ଜଳିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟ ୧୬୪ କୋଟି ଟଙ୍କାର ଅନୁଦାନରେ ଏହାର ବ୍ୟାପକ ସଂସ୍କାର ଓ ସମ୍ପୂର୍ଣ୍ଣ ଆଧୁନିକୀକରଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନବନିର୍ମିତ ଷ୍ଟୁଡିଓ କମ୍ପ୍ଲେକ୍ସର ଆନୁଷ୍ଠାନିକ ଉଦ୍ଘାଟନ କରିବେ। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ନିର୍ମିତ ଏହି ଷ୍ଟୁଡିଓରେ ଆଧୁନିକ, ସାଉଣ୍ଡପ୍ରୁଫ୍ ଶୁଟିଂ ଫ୍ଲୋର୍, ଅତ୍ୟାଧୁନିକ ଲାଇଟିଂ ଏବଂ ବିବିଧ ସେଟ୍ ନିର୍ମାଣ କରାଯାଇଛି। ଏହାସହ ସିନେମା ନିର୍ମାଣକୁ ସହଜ କରିବା ପାଇଁ ହାଇ-ଏଣ୍ଡ୍ ସାଉଣ୍ଡ ରେକର୍ଡିଂ, ଏଡିଟିଂ, ମିକ୍ସିଂ ଏବଂ ଭିଜୁଆଲ୍ ଇଫେକ୍ଟସର ବ୍ୟବସ୍ଥା କରାଯାଇଛି। କଳାକାର ଓ ଟେକ୍ନିସିଆନମାନଙ୍କ ପାଇଁ ଉଚ୍ଚମାନର ଆବାସିକ ରହିବା ବ୍ୟବସ୍ଥା, ଗ୍ରୀନ୍ ରୁମ୍ ଏବଂ କ୍ୟାଫେଟେରିଆ ମଧ୍ୟ ସୁନିଶ୍ଚିତ କରାଯାଇଛି। ଏହି ନବକଳେବର ସହ କଳିଙ୍ଗ ଷ୍ଟୁଡିଓରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କ ପାଇଁ ଶୁଟିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରୋଡକ୍ସନର ସମସ୍ତ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ। ଏହା ଓଲିଉଡ ଶିଳ୍ପକୁ ନୂତନ ସଞ୍ଜୀବନୀ ଯୋଗାଇବା ସହ ସ୍ଥାନୀୟ କଳାକାର, ଟେକ୍ନିସିଆନ୍ ଓ ଯୁବପ୍ରତିଭାମାନଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିବ। Post navigation Child Labour Allegation at Dhenkanal ISKCON Center: ଢେଙ୍କାନାଳ ଇସ୍କନ୍ କେନ୍ଦ୍ରରେ ଚଢ଼ାଉ: ଚିଲ୍ଡ୍ରେନ୍ କ୍ଲାସ୍ ନାମରେ ଶିଶୁ ଶ୍ରମିକ ଖଟାଉଥିବା ଅଭିଯୋଗ